Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କଣ୍ଟାବାଞ୍ଜି ଓ ଟିଟିଲାଗଡରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ 

Odisha

କଣ୍ଟାବାଞ୍ଜି ଓ ଟିଟିଲାଗଡରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ 

Smruti Parija
Browse all articles by Smruti Parija
·1 year ago·1 min read
କଣ୍ଟାବାଞ୍ଜି ଓ ଟିଟିଲାଗଡରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ 

ବଲାଙ୍ଗୀର: ହାଇସ୍ପିଡ୍ ସେମିକଣ୍ଡକଟର୍ ଏକ୍ସପ୍ରେସ ଟ୍ରେନ ବନ୍ଦେ ଭାରତ । ଯାତ୍ରୀଙ୍କୁ ଅତ୍ୟାଧୁନିକ ଗମନାଗମନର ଅନୂଭୁତି ଦେବ ଭାରତର ଏହି ହାଇସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ଆଜି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଓ ଟିଟିଲାଗଡରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହୋଇଛି । 


ରାୟପୁର ଦୂର୍ଗ ବିଶାଖାପାଟଣମ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଛତିଶଗଡ, ଓଡିଶା ଓ ଆନ୍ଧ୍ରପ୍ରଦେଶକୁ କଭର କରିବ ଏହି ଟ୍ରେନ । ୮ ଘଣ୍ଟାରେ ୫୬୫ କିଲୋମିଟର ଅତିକ୍ରମ କରିବ ଦୂର୍ଗ- ବିଶାଖାପାଟଣମ୍ ବନ୍ଦେ ଭାରତ ଟ୍ରେନ । ଯାହା ସପ୍ତାହକୁ ୬ ଦିନ ଚାଲିବ । ଏନେଇ ଗତକାଲି ଟିଟିଲାଗଡରେ ଟ୍ରେନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଟିଟିଲାଗଡ ବିଧାୟକ ନବୀନ ଜୈନ,ପୌରପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ବଲାଙ୍ଗିର ସାଂସଦ ସଂଗିତା ସିଂହଦେଓଙ୍କ ସହ ରେଳ ବିଭାଗ ପଦାଧିକାରୀ ସବୁଜ ପତାକା ଦେଖାଇ ବନ୍ଦେଭାରତକୁ ସ୍ବାଗତ କରିଥିଲେ । 


ବନ୍ଦେ ଭାରତ ଯୋଗୁଁ ଟିଟିଲାଗଡ ଓ କଣ୍ଟାବାଞ୍ଜିବାସୀ ବହୁତ ଖୁସି । ବନ୍ଦେ ଭାରତକୁ ସ୍ବାଗତ ଓ ଦେଖିବାକୁ ଟିଟିଲାଗଡ ରେଳଷ୍ଟେସନରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Launch of-bande Bharat Express train from Kantbanji and Titilagarh | Argus News