ତିନି ମାସରେ ୧୦, ୧୫ ମାସ ଭିତରେ ଗଡ଼ିଲାଣି ୧୩୦ରୁ ଅଧିକ ମୁଣ୍ଡ

ଅର୍ଗସ ବ୍ୟୁରୋ: ନିର୍ବାଚନ ପାଇଁ ସାରା ରାଜ୍ୟରେ ସରଗରମ ପରିବେଶ, ଏଥିସହ ସକ୍ରିୟ ଅପରାଧୀ। ଖୁଲମଖୁଲ୍ଲା ପୋଲିସ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କରୁଛନ୍ତି ଚ୍ୟାଲେଞ୍ଜ। ବିଶେଷ କରି ଅପରାଧ ପ୍ରବଣ ଜିଲ୍ଲା ହୋଇଗଲାଣି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ । ନିୟମିତ ବ୍ୟବଧାନରେ ଗଡୁଛି ମୁଣ୍ଡ ପରେ ମୁଣ୍ଡ । ଏବେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସିକୁଳ ଗ୍ରାମରେ ପୂର୍ବ ମଦ ବ୍ୟବସାୟ ଓ ରାଜନୈତିକ ଶତ୍ରୁତା କୁ ନେଇ ହତ୍ୟା ହତ୍ୟାକାଣ୍ଡ ।ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ପୂର୍ବତନ ସରପଞ୍ଚଙ୍କ ଦେଢଶୁର କାଁହୁ ଚରଣ ବେହେରା ।ଗତକାଲି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାକୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା ।ତେବେ ଏଭଳି ଘଟଣା ପୂର୍ବରୁ ଘଟିଥିବା ବେଳେ ପୁରୁଷୋତ୍ତମପୁର ଥାନରେ ପୂର୍ବରୁ ଲିଖିତ ଅଭିଯୋଗ କରିଥିଲେ ପୂର୍ବତନ ସରପଞ୍ଚ ଙ୍କ ସ୍ବାମୀ ରବୀନ୍ଦ୍ର ବେହେରା । ପୁରୁଷୋତ୍ତମପୁର ଥାନରେ ଅଭିଯୋଗ ହୋଇଥିବା ସତ୍ତ୍ବେ ପୋଲିସର ନିଷ୍କ୍ରିୟତା ଯୋଗୁଁ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ ।
ବର୍ଷ ଆରମ୍ଭରୁ ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ବିଗିଡି଼ଯାଇଛି। ନିୟମିତ ବ୍ୟବଧାନରେ ହତ୍ୟା ବା ହତ୍ୟା ଉଦ୍ୟମ ଧାରା ଜାରି ରହିଛି। ବ୍ରହ୍ମପୁର ପୋଲିସ ଜିଲ୍ଲାରୁ ଗଞ୍ଜାମ ପୋଲିସ ଜିଲ୍ଲାର ହତ୍ୟା ସଂଖ୍ୟା ଢେର ଗୁଣରେ ଅଧିକ । ତଥ୍ୟ କହୁଛି, ଗତବର୍ଷ ଗଞ୍ଜାମ ଜିଲ୍ଲାରେ ମୋଟ ୧୨୩ଟି ହତ୍ୟା ମାମଲା ରୁଜୁ ହୋଇ ଥିଲା । ୨୦୨୨ରେ ଗଞ୍ଜାମ ଜିଲ୍ଲାରେ ୮୨ଟି ହତ୍ୟାକାଣ୍ଡ ଘଟିଥିବାବେଳେ ୨୦୨୧ରେ ୧୦୯ଟି ହତ୍ୟାକାଣ୍ଡ ଘଟିଥିଲା ।... ଆଉ 2024 ଆରମ୍ଭର ପ୍ରଥମ 20ଦିନ ଭିତରେ ଘଟିଥିଲା 4ଟି ମର୍ଡର । ଗଞ୍ଜାମ ପୋଲିସ ଜିଲ୍ଲା ଅଧିନରେ27ଟି ଥାନା ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ରହିଛି 16ଟି ଥାନା ରହିଛି। ତା ପରେ ବି ଅପରାଧରେ ଲାଗିପାରୁନି ଅଙ୍କୁଶ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଛି ଅପରାଧୀଙ୍କ ରାଜ। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଯୋଗୁଁ ଅଣନିଃଶ୍ବାସୀ ସାଧାରଣ ଜନତା। ଯେଉଁଥିପାଇଁ ବିରୋଧୀ ବି ଖଡଗହସ୍ତ ହୋଇଛନ୍ତି ।
📱 Get Argus News App
✨ଅପରାଧରେ ରେକର୍ଡ ଭାଙ୍ଗୁଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା। ଅପରାଧୀଙ୍କର ଚରାଭୂଇଁ ପାଲଟିଛି ଗଞ୍ଜାମ। ଗୃହମନ୍ତ୍ରୀଙ୍କ ଜିଲ୍ଲାରେ ଯଦି ଏପରି ସ୍ଥିତି ଅନ୍ୟ ଜିଲ୍ଲା କଥା ଆଲୋଚନା ନକରିବା ଭଲ। ଗଞ୍ଜାମ ପୋଲିସର ନିରପେକ୍ଷତାର ଉଡୁଛି ଧଜ୍ଜିୟା। ଅପରାଧ ବଢୁଥିବା ବେଳେ ଅପରାଧୀଙ୍କୁ ମିଳୁନି ଦଣ୍ଡ । ଏନସିଆରବି ରିପୋର୍ଟ କହୁଛି ରାଜ୍ୟରେ ଦଣ୍ଡବିଧାନ ହାର ମାତ୍ର 5.3 ପ୍ରତିଶତ। ଯାହା 24ବର୍ଷର ସରକାରର ଅପରାଗତାର ବଡ଼ ପ୍ରମାଣ। ପ୍ରଶ୍ନ ଉଠୁଛି ଅପରାଧୀଙ୍କୁ କିଏ ଦେଉଛି ସାହସ ? କାହା ସୁରକ୍ଷାରେ ଅପରାଧୀ ? ମୁଖ୍ୟମନ୍ତ୍ରୀଙ୍କୁ ଜଣା ଅଛି ତ ତାଙ୍କ ଜିଲ୍ଲା ଗଞ୍ଜାମର ପରିସ୍ଥିତି।
ଆହୁରି ପଢନ୍ତୁ ଓଡିଶା ଖବର...
