Cuttack Issue / ମମତାଙ୍କୁ ଧୋଇଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ, କହିଲେ...

Key Points
ମମତାଙ୍କୁ କଡା କାଉଣ୍ଟର କଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
କଟକ ହିଂସାରେ କିଏ ଧରିଥିଲା ମାରଣାସ୍ତ୍ର ?
ଅଶାନ୍ତ କଟକ ପଛରେ କିଏ ଖଳନାୟକ ?
କଟକରେ ସ୍ଥିତି ଏବେ ସ୍ବାଭାବିକ । ଚଳଚଂଚଳ ଜୀବନଯାତ୍ରା । କଟକରେ ସ୍ବାଭାବିକ ସ୍ଥିତି ବେଳେ ଗଣ୍ଡଗୋଳକୁ ଉସୁକାଇବାକୁ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହୀନ ଉଦ୍ୟମ । ଭସାଣ ବେଳେ ହୋଇଥିବା ଗଣ୍ଡଗୋଳ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଆଉ ମମତା ବାନାର୍ଜୀଙ୍କୁ କଡ଼ା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେପଟେ ଭସାଣି ଗଣ୍ଡଗୋଳ ଓ ହିଂସାକାଣ୍ଡ ଘଟଣାରେ ପୋଲିସ ନେଇଛି ବଡ଼ ଆକ୍ସନ । ଘର ଘର ବୁଲି ଖାନତଲାସୀ କରିବା ସହ ଆଉ ତିନି ଜଣଙ୍କୁ ଗିରଫ କରିଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ଜବାବ ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କଟକରେ ଯାହା ଘଟିଲା ତାହା ଦୁର୍ଘଟଣା ଥିଲା । ସରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ପୂର୍ବରୁ ଯେଭଳି ପରିସ୍ଥିତି ଥିଲା ଏବେ ସେପରି ରହିଛି । କିନ୍ତୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ଏହାକୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ପଶ୍ଚିମବଂଗରେ ପ୍ରତିଦିନ କଣ ଘଟୁଛି ସେକଥ ମମତା ବାନାର୍ଜୀ ଅନୁଧ୍ୟାନ କରିବା ଦରକାର । ସେ ଅନୁଭବ କରିବେ ତାଙ୍କର ବିଫଳତା, ଅକ୍ଷମତାର କାରଣ । ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଧ୍ବଂସ୍ତ ହୋଇଛି ।
ଏହାସହ ପଢ଼ନ୍ତୁ:- 'ଲୋକେ କହୁଥିଲେ ଖେଳ ଛାଡ଼ି ବାପା ସହ ଅଟୋ ଚଲା'
📱 Get Argus News App
✨ସେପଟେ କଟକ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କମିଶନରେଟ ପୋଲିସ ନେଇଛି କଡ଼ା ଆଭିମୁଖ୍ୟ। କେନ୍ଦ୍ରୀୟ ଫୋର୍ସ ସହ ୨ ଏସିପି, ୩ ଆଇଆଇସିଙ୍କ ସମେତ ବ୍ୟାପକ ଫୋର୍ସ ଧରି ହାତୀ ପୋଖରୀ ଏବଂ କଦମ ଏ ରସୁଲ ଅଞ୍ଚଳରେ ଚଢ଼ାଉ ହୋଇଥଲା । ଘର ଘର ଯାଞ୍ଚ କରିବା ସହ ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା ପୋଲିସ । ପରେ ତିନିଜଣଙ୍କୁ ଗିରଫ କରିଛି । ଏଥିସହ ଗିରଫଦାରି ସଂଖ୍ୟା ୯ରେ ପହଞ୍ଚିଛି । ଏହି ଗିରଫଦାରୀ ସଂଖ୍ୟା ଆଗକୁ ଆହୁରି ବଢିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଗଣ୍ଡଗୋଳର କାରଣ କଣ ଥିଲା ତାର ମୂଳ ଉତ୍ସ, ଢେଲାପଥର ମାଡ଼ କିଏ ପ୍ରଥମେ କରିଥିଲା, ଢେଲା ଓ କାଚ ବୋତଲ ଆସିଲା କେଉଁଠୁ ତାକୁ ନେଇ ଚାଲିଛି ଛାନଭିନ୍ ।
ଏହାସହ ପଢ଼ନ୍ତୁ:- ମହିଳାଙ୍କୁ ଆତଙ୍କୀ ଟ୍ରେନିଂ ଦେଉଛି ଜୈସ-ଏ-ମହମ୍ମଦ !
ତେବେ ଦଶହରା ପରେ ମାଆ ଦୁର୍ଗାଙ୍କ ଭସାଣି ବେଳେ ହାତୀ ପୋଖରୀ ଛକରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଏହା ପରେ କଟକ ଅଶାନ୍ତ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ କର୍ଫ୍ୟୁ ଲାଗିଥିଲା । ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏଁ କର୍ଫ୍ୟୁ ଲାଗିଥିଲା ।
ଦରଘା ବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳ, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ମାଲଗୋଦାମ, ବାଦାମବାଡ଼ି ଥାନା, ଜଗତପୁର, ବୟାଳିଶିମୌଜା ଓ କଟକ ସଦର ଥାନା ଅଞ୍ଚଳରେ ଲାଗିଥିବା କର୍ଫ୍ୟୁ କୋହଳ ହୋଇଛି ।
Related Topics
Explore more stories