ଆଇନ ମନ୍ତ୍ରୀଙ୍କ ବଡ ଘୋଷଣା , ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର

ଅର୍ଗସ ବ୍ୟୁରୋ : ରତ୍ନଭଣ୍ଡାର ଖୋଲିବା ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସାମ୍ବାଦିକ ସମ୍ମିଳନି କରି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । ସେ କହିଛନ୍ତି ଯେ, ୬ ତାରିଖ ବୈଠକରେ ରତ୍ନ ଭଣ୍ଡାର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଏନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି।
ଅଧିକ ପଢନ୍ତୁ : 8 ରେ ଖୋଲିବନି ରତ୍ନଭଣ୍ଡାର !
କମିଟିରେ ଡାକ୍ତର ସିବିକେ ମହାନ୍ତି, ଜଗଦୀଶ ମହାନ୍ତି, ପ୍ରକାଶ ମିଶ୍ର, ସ୍ୱାମୀ ପ୍ରଜ୍ଞାନନ୍ଦ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ଗଜପତି ମହାରାଜଙ୍କ ପ୍ରତିନିଧି ମଧ୍ୟ ରହିଛନ୍ତି । ମଧୁ ସୂଦନ ସିଂଘାରୀ, ଜନାଦ୍ଦର୍ନ ପାଟ୍ଟଯୋଶୀ, ଜଗନ୍ନାଥ ଦାସମହାପାତ୍ର, ରାଜୀବ ସାହୁ, ସୌମେନ୍ଦ୍ର ମୁଦୁଲୀ, ପୁରୀ ଜିଲ୍ଲାପାଳ ମଧ୍ୟ କମିଟି ସଦସ୍ୟ ଅଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ କମିଟି ସଦସ୍ୟ ଅଛନ୍ତି ।