ସୁପର ମଡେଲ ଓଡ଼ିଶା ୨୦୨୪ ର ବିଜୟୀ ହେଲେ ଆଇନ ଛାତ୍ର ଆୟୁଷ ଶୁଭଦର୍ଶୀ
·2 years ago·1 min read

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଫ୍ୟାସନ ଶୋ ତଥା ମଡେଲିଂର ଚାହିଦା। ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ସୁପର ମଡେଲ ଓଡ଼ିଶା ୨୦୨୪ ରେ ବିଜୟୀ ହୋଇଛନ୍ତି ପୁରୀ ଜିଲ୍ଲାର ଆଇନ ଛାତ୍ର ଆୟୁଷ ଶୁଭଦର୍ଶୀ। କଟକ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ଆଇନ ଛାତ୍ର ଆୟୁଷ କଟକରେ ରହି ପାଠ ପଢ଼ିବା ସହ ମଡେଲିଂରେ ରୁଚି ରଖିଛନ୍ତି।
ରାଜ୍ୟ ଓ ଜାତୀୟ ସ୍ତରରେ ମଡେଲିଂ ଓ ଫ୍ୟାସନ ଶୋରେ ଭାଗ ନେଇ ନିଜ ଜିଲ୍ଲା ଓ ରାଜ୍ୟର ପୋଷାକ ଓ ବସ୍ତ୍ରର ପ୍ରଚାର ପ୍ରସାର କରିବା ହେଉଛି ତାଙ୍କ ଲକ୍ଷ୍ୟ। ତେବେ ଜୁନ ୯ ତାରିଖରେ ଭୁବନେଶ୍ଵରରେ ଓଡ଼ିଶା ଫ୍ୟାସନ ଭିଲା ପକ୍ଷରୁ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ଫ୍ୟାସନ ଶୋ ଓ ମଡେଲିଂରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପାଖାପାଖି ୬୫ ଜଣ ମଡେଲ ଭାଗ ନେଇଥିଲେ। ଯେଉଁଥିରେ ପ୍ରଥମ ସ୍ଥାନ ଅଧିକାର କରି ବିଜୟ ହାସଲ କରିଛନ୍ତି ଆୟୁଷ ଶୁଭଦର୍ଶୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: