Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଲ'ଲେସ୍ ଓଡ଼ିଶା, ରାଜ୍ୟରେ ବିପର୍ଯ୍ୟସ୍ତ ପାଲଟିଛି ଆଇନ ଶୃଙ୍ଖଳା ସ୍ଥିତି

Odisha

ଲ'ଲେସ୍ ଓଡ଼ିଶା, ରାଜ୍ୟରେ ବିପର୍ଯ୍ୟସ୍ତ ପାଲଟିଛି ଆଇନ ଶୃଙ୍ଖଳା ସ୍ଥିତି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଲ'ଲେସ୍ ଓଡ଼ିଶା, ରାଜ୍ୟରେ ବିପର୍ଯ୍ୟସ୍ତ ପାଲଟିଛି ଆଇନ ଶୃଙ୍ଖଳା ସ୍ଥିତି

ଅର୍ଗସ ବ୍ୟୁରୋ: ଲ'ଲେସ୍ ଓଡ଼ିଶା । ରାଜ୍ୟରେ ବିପର୍ଯ୍ୟସ୍ତ ପାଲଟିଛି ଆଇନ ଶୃଙ୍ଖଳା ସ୍ଥିତି । ଦଣ୍ଡକୁ ଭୟ ନାହିଁ । ପୋଲିସର ନିଷ୍କ୍ରିୟତା ଓ ସରକାରଙ୍କ ଉଦାସୀନତା କାରଣରୁ ବିଜେଡି ଶାସନରେ ଏବେ ରାଜ୍ୟରେ ଚାଲିଛି ଅପରାଧୀଙ୍କ ରାଜ୍ । ରାଜଧାନୀର ଏୟାରପୋର୍ଟ ଛକରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଶିବା ଓରଫ ମଦନ ମହାରଣାଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଜଘନ୍ୟ ଅପରାଧ ଘଟିଛି । ଆକ୍ରମଣର ଶିକାର ଶିବା ନାଁରେ ଥାନାରେ ଏକାଧିକ ମାମଲା ରହିଛି ।

ସେହିପରି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ପାଲଟିଛି ଅପରାଧୀଙ୍କ ଚରାଭୂଇଁ । ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ୨ମାସ ବ୍ୟବଧାନରେ ଦୁଇ ବ୍ଲକ ଜିଆରଏସଙ୍କୁ ହତ୍ୟା ଆଉ ଜଣେ ବର୍ଷାଧିକ କାଳ ନିଖୋଜ । ଗଞ୍ଜାମ ପୁଲିସ ଜିଲ୍ଲାରେ ଚଳିତ ବର୍ଷ ଏଯାବତ୍ ୫୯ଟି ହତ୍ୟାକାଣ୍ଡ ଘଟିଛି । ଏହାରି ମଧ୍ୟରେ ରହିଛନ୍ତି ପଞ୍ଚାୟତସ୍ତରରେ କାମ କରୁଥିବା ୨ ଜଣ ଗ୍ରାମ ରୋଜଗାର ସେବକ । ବୁଗୁଡା ବ୍ଲକର ଜିଆରଏସ ସୁକାନ୍ତ ପାଣିଗ୍ରାହୀ ଏବଂ ବେଗୁନିଆପଡ଼ା ବ୍ଲକର ଜିଆରଏସ ସୁଶୀଲ ମହାନ୍ତିଙ୍କୁ ହତ୍ୟା କରାଯାଇଥିବାବେଳେ ପୁରୁଷୋତ୍ତମପୁର ବ୍ଲକର ଜିଆରଏସ ସ୍ବାଗତ ପଣ୍ଡା ୧୫ ମାସ ହେଲା ନିଖୋଜ ଅଛନ୍ତି । ପୋଲସରା ଥାନା କଳମ୍ବ ଠାରେ ସୁକାନ୍ତ ପାଣିଗ୍ରାହୀ ନାମକ ଜିଆର୍‌ଏସ୍‌ଙ୍କୁ ଦୁର୍ବୃତ୍ତମାନେ ଛୁରୀ ଭୁସି ସ୍ପଷ୍ଟ ଦିବାଲୋକରେ ହତ୍ୟା କରିଛନ୍ତି ।

ସେହିପରି ଗତ ଅକ୍ଟୋବର ୪ ତାରିଖରେ ବେଗୁନିଆପଡା ବୁରୁଝୁରି ପଞ୍ଚାୟତର ଜିଆର୍‌ଏସ୍ ସୁଶୀଲ ମହାନ୍ତିଙ୍କୁ ହତ୍ୟା କରି କନିଆରୀ ଜଙ୍ଗଲ ବୁଦାରେ ଫିଙ୍ଗି ଦିଆଯାଇଥିଲା । ଅପରପକ୍ଷେ ପୁରୁଷୋତ୍ତମପୁର ସୁନାଥର ପଞ୍ଚାୟତର ଜିଆର୍‌ଏସ୍ ସ୍ବାଗତ ପଣ୍ଡା ଗତବର୍ଷ ଅଗଷ୍ଟ ୮ରେ ପଞ୍ଚାୟତରୁ ନିଖୋଜ ହୋଇଯାଇଥିଲେ । ୧୫ ମାସରୁ ଅଧିକ ସମୟ ହେଲାଣି ତାଙ୍କର କୌଣସି ଖୋଜଖବର ମିଳିପାରୁ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Lawless Odisha a reality | Argus News