Videos
|
Odisha

ଲ' ଲେସ ଓଡିଶା, ଜେଲ ପାଚେରୀ ଡେଇଁ ଦୁଇ କଏଦୀ ଫେରାର

Manini Pattanayak
Browse all articles by Manini Pattanayak
·2 years ago·1 min read
ଲ' ଲେସ ଓଡିଶା, ଜେଲ ପାଚେରୀ ଡେଇଁ ଦୁଇ କଏଦୀ ଫେରାର

ବଲାଙ୍ଗୀର :  ଲ' ଲେସ ଓଡିଶା । ଢିଲା ସୁରକ୍ଷା ବ୍ୟବସ୍ଥାର ଫାଇଦା ନେଲେ କଏଦୀ । ଟିଟିଲାଗଡ଼ ଜେଲ୍‌ ଭିତରୁ ପାଚେରୀ ଡେଇଁ ଦୁଇ କଏଦୀ ସମ୍ଭାବନା ରଣା ଓ ସୁମିତ ବିହାରୀ ଫେରାର ହୋଇଛନ୍ତି ।  ଏପଟେ ଓଡ଼ିଶାର ଚାଷୀଙ୍କୁ ଝାଡ଼ଖଣ୍ଡରେ ହତ୍ୟା ଅଭିଯୋଗ । ଜଲଡେଗା ଖବରଗାଡାରୁ ମୃତଦେହ ଉଦ୍ଧାର ହୋଇଛି । ଗତ 29 ତାରିଖରୁ ନିଖୋଜ ଥିଲେ ବେରନା ଅଞ୍ଚଳର ମଙ୍ଗଲ ଓରାମ । ଅଭିଯୁକ୍ତଙ୍କୁ ଧରିବା ଦାବିରେ ଝିରପାଣି ଥାନା ଘେରାଉ କରିଛନ୍ତି ଗ୍ରାମବାସୀ । 

ମୃତ ଚାଷୀ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଜାମ୍ ବେରନା ଅଞ୍ଚଳର ମଙ୍ଗଲ ଓରାମ । ଝିରପାଣି ହାଟକୁ ଏକ ପିକଅପ୍ ଭ୍ୟାନରେ 29 ତାରିଖରେ ପରିବା ବିକ୍ରି କରିବାକୁ ଆସି ଗାଡି ସହ ନିଖୋଜ ହୋଇଯାଇଥିଲେ । ଏ ନେଇ ପରିବାର ପକ୍ଷରୁ ଝିରପାଣି ଥାନାରେ ଏତଲା ଦିଆଯାଇଥିଲା । ଶୁକ୍ରବାର ଝାଡ଼ଖଣ୍ଡ ଜଲଡେଗା ଥାନା ଖବରଗାଡାରୁ ଅଜଣା ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ୍ ଅପହରଣ ଓ ହତ୍ୟା ମାମଲା ରୁଜୁ କରି 2 ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Lawless Odisha, two prisoners jumped the prison wall and returned | Argus News