ରାତି ଅଧରେ ଲିଭା ଯାଉଛି ଲକ୍ଷ୍ମୀ ବସ ଷ୍ଟିକର...

ମୟୂରଭଞ୍ଜ: ରାତି ଅଧରେ ଲିଭା ଯାଉଛି ଲକ୍ଷ୍ମୀ ବସ ଷ୍ଟିକର । ପ୍ରଶ୍ନ ଉଠୁଛି କାରଣ କ'ଣ ? ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକଠାରେ । ତେବେ ନିର୍ବାଚନ ପୂର୍ବର ବିଜେଡି ସରକାର ଦ୍ୱାରା ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରାଯାଇଥିଲା । ଯାହାର ମୂଳ ଲକ୍ଷ୍ୟ ଥିଲା ଲୋକେ କିପରି କମ୍ ଖର୍ଚ୍ଚରେ ଯାତାୟତ କରିପାରିବେ । ଏବଂ ପ୍ରତ୍ୟେକ ବସରେ ଶଙ୍ଖ ଚିହ୍ନ ଷ୍ଟିକର ଲଗା ଯାଇଥିଲା ।
ଆଜି କିନ୍ତୁ ତାର ବିପରୀତ ଚିତ୍ର ସାମ୍ନାକୁ ଆସିଛି । ତେବେ ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ ମଧ୍ୟ ଦେଖାଗଲାଣି । କାରଣ ଯେତେବେଳେ ବିଜେଡି ସରକାର ଥିଲା ସେତେବେଳେ ଲକ୍ଷ୍ମୀ ବସ ଚାଲିଥିଲା ଏବଂ ବର୍ତ୍ତମାନ ତାହାର ଷ୍ଟିକର ଲିଭା ଯାଉଛି । ତେବେ ଏହା କେବଳ ନିର୍ବାଚନ ପ୍ରଚାର ଥିଲା ନା କେବଳ ଲୋକଙ୍କୁ ଭୂଆଁ ବୁଲା ଯାଉଥିଲା । ଯୋଦି ଲୋକଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରା ଯାଇଥିଲା ତେବେ ରାତି ଅଧରେ ଷ୍ଟିକର ଉଠା ଯାଉଛି କାହିଁକି । ଏହାକୁ ନେଇ ସଧାରଣ ଲୋକଙ୍କ ପାଖରେ ଦ୍ୱନ୍ଦ ଦେଖା ଗଲାଣି କି ଲକ୍ଷ୍ମୀ ବସ ଚାଲିବ କି ନାହିଁ ?
ସେପଟେ ଏନେଇ ଷ୍ଟିକର୍ ଉଠାଉଥିବା କର୍ମଚାରୀଙ୍କୁ ପଚାରିବାରୁ ସେମାନେ କେବଳ ଏତିକି ଉତ୍ତର ରଖି କହିଛନ୍ତି ଆମକୁ ଆମ ସୁପରଭାଇଜର କହିଛନ୍ତି ତେଣୁ ଆମ୍ଭେ ଲିଭାଉଛୁ ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...
