ଲାଲୁ ଯାଦବଙ୍କ ଚାରା ଘୋଟାଲାଠାରୁ ବଡ ଦୁର୍ନୀତି କଲେ ରାଜ୍ୟ ସରାକାର

ଅର୍ଗସ ବ୍ୟୁରୋ : ଓଡିଶାରେ ଦୁର୍ନୀତି କିଭଳି ଖୁଲମଖୋଲା ଚାଲିଛି ଏବଂ ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ଅଯାଚିତ ଅନୁଗ୍ରହ ଦେଖାଇ ସରକାରୀ ଅର୍ଥକୁ ସେମାନଙ୍କ ହାତରେ ଟେକି ଦିଆଯାଉଛି । ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଓଡ଼ିଶାରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ଯୋଜନା । କିନ୍ତୁ ବାସ୍ତବରେ ଏହି ଯୋଜନାରେ ଓଡ଼ିଶାକୁ ଲକ୍ଷ୍ମୀଛଡା କରି ଘରୋଇ ବ୍ୟବସାୟୀମାନଙ୍କ ପକେଟ୍ରେ ଲକ୍ଷ୍ମୀଙ୍କୁ ଯୋଗାଇ ଦିଆଯାଉଛି । ଲକ୍ଷ୍ମୀ ବସ ଯୋଜନାରେ ସରକାର ଏବେ ସୁଦ୍ଧା ୧୭୪୫ଟି ବସ୍ କିଣିଛନ୍ତି କିନ୍ତୁ ବଡ ଆଶ୍ଚର୍ଯ୍ୟଭାବରେ ସେହି ବସ୍ର ମାଲିକାନା ସରକାରଙ୍କ ନାଁରେ ନରହି ରହିଛି ଘରୋଇ କମ୍ପାନୀମାନଙ୍କ ନାଁରେ ରହିଛି ।
ନିୟମ ଅନୁସାରେ, ଯେତେବେଳେ ସରକାର କୌଣସି ସମ୍ପତି କିଣନ୍ତି ଏହାର ମାଲିକାନା ସରକାରଙ୍କ ପାଖରେ ରହିବା ଅନିର୍ବାଯ୍ୟ । କିନ୍ତୁ କେଉଁ ପରିସ୍ଥିତିରେ ସରକାରୀ ଅର୍ଥରେ କିଣାଯାଇଥିବା ବସ୍ର ମାଲିକାନା ଅଣଓଡ଼ିଆ ଘରୋଇ କମ୍ପାନୀମାନେ ହେଲେ । ଦିଲ୍ଲୀ ହେଉକି ପଶ୍ଚିମବଙ୍ଗ ହେଉ ସବୁ ରାଜ୍ୟରେ ସରକାର କିଣୁଥିବା ବସ୍ର ମାଲିକ ନିଜେ ସରକାର ହୁଅନ୍ତି । ବସ୍ ଚଳାଚଳ ପାଇଁ ମଧ୍ୟ ସେମାନେ କିଲୋମିଟର ପିଛା ସେତିକି ଟଙ୍କା ସରକାରଙ୍କଠାରୁ ନେଉଛନ୍ତି ଯାହା ବଜାର ଦର୍ଠାରୁ ଅଧିକ ।
ଏଠାରେ ପ୍ରଶ୍ନ ଉଠୁଛି, ଯଦି ସରକାର ସେହି ବାହାର ରାଜ୍ୟର କମ୍ପାନୀମାନଙ୍କୁ ବସ୍ର ମାଲିକାନା ଦେଲେ । ବସ୍ର ସମ୍ପୂର୍ଣ୍ଣ ଭଡା ବି ଦେଲେ ତାହାଲେ ଲୋକଙ୍କଠାରୁ ଆଉ କାହିଁକି ଭଡା ଆଦାୟ କରାଯାଉଛି । ଲକ୍ଷ୍ମୀ ଯୋଜନା ଆରମ୍ଭ ହେବା ପୂର୍ବରୁ ଓଏସ୍ଆରଟିସି ଯେଉଁ ୩୮୧ରୁ ଉର୍ଦ୍ଧ୍ୱ ବସ୍ ଚଳାଉଥିଲା ସେ ସବୁ ବସ୍ର ମାଲିକାନା ଆଜିବି ଓଏସ୍ଆରଟିସି ପାଖରେ ଅଛି । କିନ୍ତୁ ଏବେ ଲକ୍ଷ୍ମୀ ବସ୍ ଯୋଜନାରେ କିଣାଯାଇଥିବା ୧୭୪୫ଟି ବସ୍ର ମାଲିକାନା କାହିଁକି ଘରୋଇ କମ୍ପାନୀମାନଙ୍କ ପାଖରେ ରହିଲା ଏହା ଉପରେ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି କହିଛନ୍ତି ଶ୍ରୀ ବିଶ୍ୱାଳ ।
📱 Get Argus News App
✨
ସେପଟେ ଲକ୍ଷ୍ମୀ ବସ୍ ଯୋଜନାରେ ୫ଟି କ୍ଲଷ୍ଟରରେ ଯେଉଁ ୩ଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ସେମାନେ ମଧ୍ୟ ଓଡ଼ିଶାରେ ଅନ୍ୟ ବ୍ୟବସାୟୀ ଠିକା ପାଇଛନ୍ତି । ଅର୍ଥାତ୍ ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ସ୍ୱଚ୍ଛତା ନଥିଲା । ସେହିଭଳି ଲକ୍ଷ୍ମୀ ବସ୍ର ଠିକା ପାଇଥିବା ନର୍ବଦା ଟ୍ରାଭେଲ୍ସର ମାଲିକମାନେ ହେଉଛନ୍ତି ଜଗନ୍ନାଥଜୀ ସିଟି ବସ୍ ସର୍ଭିସେସ୍ ଲିମିଟେଡ୍ର ମାଲିକ । ଏଥିରୁ ହିଁ ସ୍ପଷ୍ଟ ହେଉଛି ଯେ, କିଭଳି ଭାବେ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା କରାଯାଇଛି । ୨୦୨୩ ବଜେଟ୍ରେ ଲକ୍ଷ୍ମୀ ବସ୍ ଯୋଜନାରେ ସରକାର ୧୦୦କୋଟି ଟଙ୍କା ଥିଲା । କିନ୍ତୁ ହଠାତ୍ କାହିଁକି ଏହାର ବଜେଟ୍ ରାଶିକୁ ବହୁଗୁଣା ବଢ଼ାଯାଇ ୩ହଜାର କୋଟି ଟଙ୍କା କରାଗଲା । ଏହା ପଛରେ କେବଳ ବାହାର ରାଜ୍ୟର ବ୍ୟବସାୟୀମାନଙ୍କୁ ଖୁସି କରିବାର ଏକମାତ୍ର ଲକ୍ଷ୍ୟ କି ? ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ବିଶ୍ବାଳ ।