Lightning Death / ଲକ୍ଷ୍ମୀପୁରରେ ବଜ୍ରପାତରେ ଘଟିଲା ମୃତ୍ୟୁ, ଠେଲା ଗାଡ଼ିରେ ବୁହା ହୋଇଗଲେ ଜମିର
·4 months ago·2 min read

Key Points
ଲକ୍ଷ୍ମୀପୁରରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ
ମୃତକଙ୍କ ନାଁ ଜମୀର ଶେଖ ସୁଚନା
ଠେଲା ଗାଡ଼ିରେ ଜମିରଙ୍କୁ ଡାକ୍ତରଖାନାକୁ ନେଇଥିଲେ
ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ

ଲକ୍ଷ୍ମୀପୁର,୧୮/୫: ଲକ୍ଷ୍ମୀପୁରରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଜମୀର ଶେଖ ବୋଲି ଜଣା ପଡିଛି । ବଜ୍ରପାତ ସମୟରେ ଜମିର ଓ ତାଙ୍କ ସାଙ୍ଗ ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ପୁରୁଣା ବରଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ଗଛ ଉପରେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଜମୀରଙ୍କ ମୃତ୍ୟୁ ଘଟିଥିଲା। ଜମୀରଙ୍କ ସାଙ୍ଗ ତାଙ୍କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ନିଜ ଠେଲା ଗାଡ଼ିରେ ଜମିରଙ୍କୁ ପକାଇ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗତକାଲି ଲକ୍ଷ୍ମୀପୁରର ଅଞ୍ଚଳରେ ବଜ୍ରପାତ ହୋଇଥିଲା। ବଜ୍ରପାତ ହେବାରୁ ୭ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି। ବଜ୍ରପାତରେ ରାଜୀବ ସିରିକାଙ୍କ ଗୋଟିଏ ବଳଦ, ପାତ୍ର ଶିରିକାଙ୍କ ଗୋଟିଏ ଗାଈ, ସୁକୁଟୁ ଶିରିକାଙ୍କ ଗୋଟିଏ ଗାଈ, ରମେଶ ଶିରିକାଙ୍କ ଗୋଟିଏ ଗାଈ, ଗିଲିୟନ ଶିରିକାଙ୍କ ଗୋଟିଏ ଗାଈ, ରିଟୁ ଶିରିକାଙ୍କ ଗୋଟିଏ ଗାଈ, ପବିତ୍ର ମାଣ୍ଡିଙ୍ଗିଙ୍କ ଗୋଟିଏ ଛେଳି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଗାଁ ପାହାଡ଼ରେ ଗୃହପାଳିତ ପଶୁ ଚରୁଥିବା ସମୟରେ ହଠାତ୍ ଘଡ଼ଘଡ଼ି ବର୍ଷା ହୋଇଥିଲା। କିଛି ସମୟ ପରେ ବଜ୍ରପାତ ହେବାରୁ ୭ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ମୃତ ଗୃହପାଳିତ ପଶୁଙ୍କ ମାଲିକମାନେ ସରପଞ୍ଚ ପିଲିବ ଶିରିକାଙ୍କୁ ସୂଚନା ଦେଇଥିଲେ । ଏନେଇ ରାଜସ୍ବ ନିରୀକ୍ଷକ ଓ ପ୍ରାଣୀ ସମ୍ପଦ ବିଭାଗକୁ ଅବଗତ କରାଯାଇଥିବା ସରପଞ୍ଚ କହିଛନ୍ତି । ସୋମବାର ଶବ ବ୍ୟବଚ୍ଛେଦ ପରେ ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯିବ | ପରେ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସରପଞ୍ଚ କହିଛନ୍ତି।
ପଢନ୍ତୁ ଏହି ଖବର: ୫ ଦିନ ଯାଏଁ ରାଜ୍ୟରେ ବର୍ଷା-ପବନ ଓ ବଜ୍ରପାତ,୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଆସନ୍ତା ୨୪ ଘଂଟା ପାଇଁ ୯ ଜିଲ୍ଳା ଲାଗି ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର । ଯେଉଁଠି ବିଜୁଳି, ଘଡଘଡି ଓ ବର୍ଷା ସହ ଘଂଟା ପ୍ରତି ପବନର ବେଗ ୪୦-୫୦ କିଲୋମିଟର ବେଗରେ ପ୍ରବାହିତ ହେବ। ଜିଲ୍ଲା ଗୁଡ଼ିକ ହେଲା ରାୟଗଡ଼ା, କୋରାପୁଟ୍, ମାଲକାନଗିରି, ସୁନ୍ଦରଗଡ଼, କେଉଁଝର, ମୟୂରଭଂଜ, ବାଲେଶ୍ବର, ଗଜପତି ଓ ଗଞ୍ଜାମ ଜିଲ୍ଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଆଜି ପାଇଁ କେଉଁଝର, ମୟୂରଭଞ୍ଜ, ବାଲେଶ୍ବର, ଗଜପତି ଓ ଗଂଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ ହୋଇଛି। ତେବେ ୨୦ ତାରିଖରେ କାଳବୈଶାଖୀର ପ୍ରକୋପ ଅଧିକ ରହିବ । ଘଣ୍ଟା ପ୍ରତି ପବନର ବେଗ ୫୦ରୁ ୬୦ କିଲୋମିଟର ଯାଏଁ ପ୍ରବାହିତ ହେବ । ବିଶେଷ ଭାବେ ମୟୂରଭଂଜ, କେଉଁଝର ଓ ସୁନ୍ଦରଗଡ ଜିଲ୍ଲା ପ୍ରଭାବିତ ହେବ ବୋଲି କହିଛନ୍ତି ପାଣିପାଗ ବୈଜ୍ଞାନିକ ସଂଜୀବ ଦିୱେଦୀ।
Related Topics
Explore more stories