ମାଟିରେ ମିଶିବ ବ୍ରିଟିଶ ଅମଳର କୋଠା, ଆରମ୍ଭ ହୋଇଛି ଯୋଜନା

ଅର୍ଗସ ବ୍ୟୁରୋ: ବଦଳିବ ବ୍ରହ୍ମପୁର କୋର୍ଟ କ୍ୟାମ୍ପସ ର ରୁପରେଖ।ମାଟିରେ ମିଶିଵ ବ୍ରିଟିସ୍ ଅମଳର କୋଠା।ଗଞ୍ଜାମ ବାର ଏସୋସିଏସନ ର ଇତିହାସ କୁହାଯାଉଥିବା ସର୍ଵପୂରାତନ କୋଠା ମାଟିରେ ମିଶିଯିବ। ଯାହାକୁ ନେଇ ଆରମ୍ଭ ହୋଇଛି ସମସ୍ତ ଯୋଜନା।ବ୍ରିଟିଶ ଅମଳର ଐତିହ୍ୟ ମାଟିରେ ମିଶିଯିବା କୁ ଗଞ୍ଜାମ ବାରରେ ଥିବା କିଛି ବରିଷ୍ଠ ଆଇନଜୀବୀଙ୍କ ମନରେ ଟିକେ କ୍ଷୋଭ ରହିଥିବା ଜଣାପଡିଛି। କିନ୍ତୁ କୋର୍ଟ ପରିସରରେ ସ୍ଥାନ ଅଭାବ ହେଉ ଅବା ଓକିଲଙ୍କ ସଂଖ୍ୟା ବୃଦ୍ଧି କିମ୍ବା ବାର ଆସୋସିଏସନ ର ସଂପ୍ରସାରଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।ଏନେଇ ଗଞ୍ଜାମ ବାର ଅଶୋସିଏସନ ଏବଂ ଜିଲ୍ଲା ଦୌରା ଜଜ୍ ଙ୍କ ତରଫରୁ ଦୁଇଟି ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା।
ବୈଠକରେ କୋର୍ଟ ବିଲ୍ଡିଂ ର ନବୀକରଣ ଏବଂ ସଂପ୍ରସାରଣ ପାଇଁ ଆଲୋଚନା ହୋଇଛି।ପରେ ହାଇକୋର୍ଟଙ୍କ ପକ୍ଷରୁ ଗଞ୍ଜାମ ଓକିଲ ସଂଘକୁ ଆସିଥିବା ପ୍ରସ୍ତାବରେ 1968ମସିହାରେ ନିର୍ମାଣ ହୋଇଥିବା ଗଞ୍ଜାମ ଓକିଲ ସଂଘର କାର୍ଯ୍ୟଳୟ କୋଠା ସମେତ 1940ମସିହାରେ ପ୍ରତିଷ୍ଠା ହୋଇଥିବା ପୁରାତନ ଲାଇବ୍ରେରି କୋଠାକୁ ଭଙ୍ଗାଯିବ।ନୂତନ କୋଠା ନିର୍ମାଣ ପର୍ଯ୍ୟନ୍ତ ଲାଇବ୍ରେରୀ ଏବଂ ଓକିଲ ସଂଘର କାର୍ଯ୍ୟଳୟକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ।ବର୍ତ୍ତମାନ ଥିବା ଲାଇବ୍ରେରୀ ସହ ଓକିଲ ସଂଘର କାର୍ଯ୍ୟଳୟ ସମେତ ପୁରୁଣା SDJMକୋର୍ଟ ମଧ୍ୟରେ ଥିବା ସଂଲଗ୍ନ ହତା ଅଞ୍ଚଳରେ ନୂତନ ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣ କରାଯିବ।ଏଥିପାଇଁ ଗଞ୍ଜାମ ବାର ଆସୋସିଏସନ ର ସମସ୍ତ ସଦସ୍ୟଙ୍କ ସହମତି ଥିଲେ ମଧ୍ୟ ପୁରୁଣା SDJM କୋର୍ଟ ବ୍ରିଟିଶ ଅମଳ ର ହୋଇଥିବା ଯୋଗୁଁ ଇତିହାସକୁ ମାଟିରେ ମିଶିଯିବା କୁ ନେଇ କିଛି ଆଇନଜୀବୀ ଙ୍କ ମନରେ ଦୁଃଖ ଥିବା ସହିତ କେବଳ ପୁରୁଣା SDJM କୋର୍ଟକୁ ଇତିହାସର ମିଉଜିୟମ ରଖି ବାକି ସ୍ଥାନରେ ଅତ୍ୟାଧୁନିକ କୋଠା କରିଥିଲେ ଭଲ ହୁଅନ୍ତା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।
ସେପଟେ ଯୋଜନା ମୁତାବକ 10ହଜାର ବର୍ଗଫୁଟ ପରମିତ ଜାଗାରେ 4ମହଲା କୋଠା ବିଶିଷ୍ଟ ପାଇଁ 20କୋଟି ଟଙ୍କା ଟଙ୍କା ବିନିଯୋଗ ହେବ ବୋଲି ଜଣାପଡିଛି।ଏଥିରେ ଭୂତଳ ପାର୍କିଂ,ଲାଇବ୍ରେରୀ,ଓକିଲ ସଂଘର କାର୍ଯ୍ୟଳୟ,ଦୁଇଟି ଅତ୍ୟାଧୁନିକ କଂଫେରେନ୍ସ ହଲ ସହିତ ଲିଫ୍ଟ ନିର୍ମାଣ କରାଯିବ।ଏହାସହ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଜୁଡିସିଆଲ କମ୍ପ୍ଲେକ୍ସ କୋଠାରେ ସହରର ବିଭିନ୍ନ ସ୍ଥାନରେ ଥିବା କୋର୍ଟ ଯଥା ଦେଵତର କମିଶନରଙ୍କ କାର୍ଯ୍ୟଳୟ,ଏମଏସଟି କୋର୍ଟ,ଖାଉଟି ବିବାଦ ମିମାଂସା ଅଦାଲତ ଭଳି ମୋଟ 35ଟି କୋର୍ଟ ରହିବାର ଯୋଜନା ରହିଛି।ଏହି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯାଇ ଯୁଦ୍ଧକାଳୀନ ଭିତିରେ କାମ ସରାଯିବ ବୋଲି ଲକ୍ଷ ରଖାଯାଇଛି।ତେବେ ଗଞ୍ଜାମ ବାର ଆସୋସିଏସନ ରେ ଥିବା ପୁରାତନ କୋଠା ଇତିହାସ ପାଲଟିଯିବ ଏବଂ ସମସ୍ତଙ୍କ ପାଇଁ ସ୍ମରଣୀୟ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: