Videos
|
Odisha

ନିର୍ବାଚନ ମଣ୍ଡଳୀ ଛାଡି ରାଜଧାନୀ ମୁହାଁ ନେତା ଓ କର୍ମୀ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନିର୍ବାଚନ ମଣ୍ଡଳୀ ଛାଡି ରାଜଧାନୀ ମୁହାଁ ନେତା ଓ କର୍ମୀ

ଅର୍ଗସ ବ୍ୟୁରୋ: ଟିକେଟ ଘୋଷଣାରେ ବିଳମ୍ବ , ବିଜେଡିରେ ବିଦ୍ରୋହ । ଟିକେଟ ଘୋଷଣା ଯେତିକି ବିଳମ୍ବ ହେଉଛି ନେତାଙ୍କ ଆଶଙ୍କା ସେତିକି ବଢୁଛି । ତୁରନ୍ତ ପ୍ରାଥିଙ୍କ ନାଁ ଘୋଷଣା କରିବା ଦାବିରେ ତାତିଲେଣି ତୃଣମୂଳ ସ୍ତରର କର୍ମୀ । ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂ ଙ୍କ ପରେ ଭୁବନେଶ୍ଵର ରେ  ନିଜ କର୍ମୀଙ୍କ  ସହ ଶକ୍ତି ପ୍ରଦର୍ଶନ କଲେ ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ । ତେବେ କେବଳ ଏହି ଦୁଇ ଜଣ ଟିକେଟ ଅପେକ୍ଷା ରେ ଅନେଇ ରହିଛନ୍ତି ତାହା ନୁହେଁ । ଅନେକ  ବିଜେଡିର ହେଭିୱେଟ ନେତା ଏବେ ଟିକେଟ ଅପେକ୍ଷାରେ।

କାକଟପୁର ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, କରଞ୍ଜିଆ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ, ବରିଷ୍ଠ ବିଧାୟକ ଅମର ଶତପଥୀ, ବରିଷ୍ଠ ନେତା ରବି ନନ୍ଦ, ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, ବରିଷ୍ଠ ନେତା ମହେଶ ସାହୁ, ପଦ୍ମପୁର ବିଧାୟିକା ବର୍ଷା ବରିହା, କୁଚିଣ୍ଡା ବିଧାୟକ କିଶୋର ନାୟକ ଓ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଙ୍କ ଭଳି ଅନେକ ହେଭିୱେଟଙ୍କ ହାର୍ଟବିଟ ବଢିବାରେ ଲାଗିଛି ।

ସେପଟେ ବି ଅକ୍ଷରର ଅଡୁଆ ଅଙ୍କ ଭିତରେ ଫସିଛି ବିଜେଡି । ବାଲିକୁଦା, ବେଗୁନିଆ, ବରି, ବଡ଼ଚଣାରେ ବିଗିଡିଲାଣି ବିଜେଡି ଗଣିତ । ବରି ନିର୍ବାଚନ ମଣ୍ଡଳୀରେ ଟିକେଟ କୁ ନେଇ ବର୍ତ୍ତମାନ ର ବିଧାୟିକା ସୁନନ୍ଦା ଦାସ ଏବଂ ବିଶ୍ୱ ମଲିକ ଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ବେଗୁନିଆରେ ବର୍ତ୍ତମାନର ବିଧାୟକ ରାଜେନ୍ଦ୍ର ସାହୁ ଏବଂ ଆମଦାନୀ ନେତା ପ୍ରଦୀପ ସାହୁ ଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । ଉଭୟ ତିନିଦିନ ତଳେ ନବୀନ ନିବାସ ଆସି ଧନ୍ୟବାଦ ଆଳରେ କରିଥିଲେ ଟିକେଟ ଲବି। ସେହିପରି ବଡ଼ଚଣାରେ ବର୍ତ୍ତମାନର ବିଧାୟକ ଅମର ପ୍ରସାଦ ଶତପଥୀ ଟିକେଟ ଲବି କରୁଥିବା ବେଳେ ଜନ୍ମେଜୟ ଲେଙ୍କା ବି ଲାଇନ ରେ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାଲିକୁଦା ଏରସମାରେ ସୌମ୍ୟଜିତ ମହାପାତ୍ର ଏବଂ ସଞ୍ଜୀବ ବିଶ୍ୱାଳ ନବୀନ ନିବାସ ବାରମ୍ବାର ଆସି ଟିକେଟ ଲବି କରୁଥିବା ବେଳେ ଆଜି ବର୍ତ୍ତମାନ ର ବିଧାୟକ ରଘୁନନ୍ଦନ ଦାସ ଙ୍କ ଘରେ ସମର୍ଥକ ମାନେ ମେଳି ବାନ୍ଧିଛନ୍ତି । ତେବେ ଏ ନେଇ ବିଜେଡି ନେତା  କହିଛନ୍ତି ବାକି ଥିବା  ଟିକେଟ କୁ ନେଇ ଚାଲିଛି ବିଚାର ବିମର୍ଷ।ବର୍ତ୍ତମାନ ସୁଦ୍ଧା ଆହୁରି 30 ଟି ଆସନରେ ବିଜେଡି ପ୍ରାର୍ଥୀ କିଏ ହେବ ତାକୁ ନେଇ ଅଙ୍କ କସୁ ଥିବା ବେଳେ ଆଶାୟୀ ଓ ଆମଦାନୀ ନେତା ସୁପ୍ରମୋଙ୍କ ଚିନ୍ତା ବଢ଼ାଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Leaving the electoral assembly, the leaders and workers faced the capital | Argus News