Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାଳବୈଶାଖୀ ବର୍ଷାରେ ଲକ୍ଷାଧିକ ଟଙ୍କାର ମୁଗ ଫସଲ ନଷ୍ଟ

Odisha

କାଳବୈଶାଖୀ ବର୍ଷାରେ ଲକ୍ଷାଧିକ ଟଙ୍କାର ମୁଗ ଫସଲ ନଷ୍ଟ

Ritu Das
Browse all articles by Ritu Das
·2 years ago·1 min read
କାଳବୈଶାଖୀ ବର୍ଷାରେ ଲକ୍ଷାଧିକ ଟଙ୍କାର ମୁଗ ଫସଲ ନଷ୍ଟ

ଅର୍ଗସ ବ୍ୟୁରୋ: ସରିଗଲା କାଳବୈଶାଖୀ ବର୍ଷା। ହେଲେ ଚାଷୀ କୂଳକୁ ଦେଇଗଲା ଦୁଃଖ। ବିଭିନ୍ନ ସ୍ଥାନରେ ବର୍ଷାମାଡ ଖାଇ ଫସଲ ନଷ୍ଟ ହୋଇଥିବା ବେଳେ ଜମିରୁ ବର୍ଷାଜଳ ମଧ୍ୟ ନିଷ୍କାସନ ନ ହୋଇ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହୋଇଯାଇଛି। ଫଳରେ ମୁଣ୍ଡରେ ହାତଦେଇ ବସିଛି ଚାଷୀ। 

ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ ଅନ୍ତର୍ଗତ କଣପାଳ ମୌଜାରେ। ମହୁଲପାଳ ଗ୍ରାମର ଅର୍ଜୁନ ବେହେରା ପ୍ରାୟ ତିନିଏକର ଜମିରେ ମୁଗ ଫସଲ କରିଥିବା ବେଳେ ବର୍ଷାପାଣି ନିଷ୍କାସନ ନ ହେବାରୁ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଯାଇଛି। ଚାଷ ଜମିରୁ ପୂର୍ବରୁ ମାଟି ଡ୍ରେନରେ ବର୍ଷାଜଳ ନିଷ୍କାସନ ହୋଇ ପାଣ୍ଡରା ନାଳରେ ମିଶୁଥିଲା। ହେଲେ ପୂର୍ତ୍ତବିଭାଗ ରାସ୍ତାର ସଂପ୍ରସାରଣ ପରେ ଡ୍ରେନଟି ସମ୍ପୂର୍ଣ୍ଣ ପୋତା ପଡି ଯିବାରୁ ଜମିରୁ ପାଣି ନିଷ୍କାସନ ନ ହୋଇ ଏପରି ସମସ୍ୟା ଉପୁଜିଲା। ତେବେ ଚାଷୀମାନଙ୍କ ପକ୍ଷରୁ ଏହାକୁ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ନା ନିଦ ଭାଙ୍ଗିଲା ବିଭାଗୀୟ ଅଧିକାରୀଙ୍କର ନା ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସ୍ଥାନୀୟ ଚାଷୀମାନଙ୍କର ସମସ୍ୟା ଦୂର କରିବାରେ ସହାୟ ହେଲେ। 

ଅପରପକ୍ଷେ କଣପାଳ ମୌଜାଟି ସ୍ଥାନୀୟ ଅଞ୍ଚଳର ପନିପରିବା ଚାଷର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ଏଠାରୁ ଉତ୍ପନ୍ନ ପନିପରିବା ସ୍ଥାନୀୟ ଅଞ୍ଚଳ ସହିତ ବାହାରକୁ ମଧ୍ୟ ପଠା ଯାଇଥାଏ। ତେବେ ଫସଲ ନଷ୍ଟ ହୋଇ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବାରୁ, ସରକାର ଚାଷୀଙ୍କ ପାଇଁ କେତେ ତତ୍ପର ତାହା ଏଠାରେ ସ୍ପଷ୍ଟ ପ୍ରମାଣିତ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus Whatsapp Channel Mobile Top
Sponsored
lentil crop will | Argus News