Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସିଲା ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ

Smruti Parija
Browse all articles by Smruti Parija
·1 year ago
ଆସିଲା ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ

ଭୁବନେଶ୍ୱର: ଆସିଲା ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ । ଓଡ଼ିଶାରେ ଅଛନ୍ତି 696 କଲରାପତରିଆ । ବନ ବିଭାଗ ତରଫରୁ ଲଗା ଯାଇଥିବା କ୍ୟାମେରାରେ 284 ଟି କଲରା ପତରିଆ ବାଘର ଫଟୋ ଚିତ୍ର ସ୍ୱତନ୍ତ୍ର ଭାବେ କଏଦ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୪୭ ବନଖଣ୍ଡରେ ଲାଗିଥିଲା କ୍ୟାମେରା । 

କ୍ୟାମେରା ଟ୍ରାପ ଅନୁସାରେ ମୟୂରଭଞ୍ଜ ଆଉ କେନ୍ଦୁଝର ଜିଲ୍ଲାରେ ଥିବା ବନଖଣ୍ଡରେ ପାଖାପାଖି ୨୦୦ କଲରାପତରିଆ ବାଘ ଅଛନ୍ତି । ସେହିପରି ସାତକୋଶିଆ ଅଭୟାରଣ୍ୟରେ ୧୫୦ ରୁ ଅଧିକ କଲରାପତରିଆ ବାଘ ଥିବା ଜଣାପଡିଛି । ଦେବ୍ରିଗଡ ଅଭୟାରଣ୍ୟରେ ୫୦ ରୁ ଅଧିକ କଲରାପତରିଆ ବାଘ ଅଛନ୍ତି ।  NTCA ଦ୍ଵାରା ଫେବ୍ରୁଆରୀ ମାସରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୨ରେ ରାଜ୍ୟରେ ୫୬୮ କଲରାପତରିଆ ବାଘ ଥିଲେ । ୨୦୧୮ରେ ଏହି ସଂଖ୍ୟା ୭୬୦ ଥିଲା ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
leopard-cencus-in-odisha | Argus News