Videos
|
Odisha

Animal Mystery / ଜରଡ଼ ଛକ କ୍ରସର ନିକଟ ଗଛରେ ଝୁଲୁଛି କଲରା ପତରିଆ ବାଘ ମୃତଦେହ… ମୃତ୍ୟୁର କାରଣ ଅସ୍ପଷ୍ଟ

Ritu Das
Browse all articles by Ritu Das
·2 weeks ago·2 min read
ଜରଡ଼ ଛକ କ୍ରସର ନିକଟ ଗଛରେ ଝୁଲୁଛି କଲରା ପତରିଆ ବାଘ ମୃତଦେହ… ମୃତ୍ୟୁର କାରଣ ଅସ୍ପଷ୍ଟ
Tiger

Key Points

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଚାଞ୍ଚଲ୍ୟ
ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି ଏକ କଲରାପତରିଆ ବାଘର ମୃତଦେହ
ବାଘକୁ ମାରି ଟାଙ୍ଗିଦେଲେ। ଟଣାଟି ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ଏକଦମ ସତ। ଆମେ ଆଗରୁ ଶୁଣିଥିଲେ ବାଘ ମଣିଷଙ୍କୁ ଆକ୍ରମଣ କରୁଛି। କିନ୍ତୁ ଏବେ ମଣିଷ ମଧ୍ୟ ବାଘଙ୍କୁ ଅକାରଣରେ ମାରି ଗଛରେ ଟାଙ୍ଗି ଦେଇଛନ୍ତି। ସତରେ କଣ ମଣିଷ ଏମିତି ନୃଶଂସ। ଶେଷରେ ବନ୍ୟପ୍ରାଣୀ ବି ଅସୁରକ୍ଷିତ। ଖୋଲାଖୋଲି ଭାବେ ବନ୍ୟପ୍ରାଣୀଙ୍କୁ ଶିକାର କରୁଛନ୍ତି। ଆଉ ବନ ବିଭାଗ ଚୁପ ହୋଇ ବସିଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଚାଞ୍ଚଲ୍ୟ। ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି ଏକ କଲରାପତରିଆ ବାଘର ମୃତଦେହ। ବାଘଟିକୁ ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଥିବା ସନ୍ଦେହ କରାଯାଉଛି।

ଏହାସହ ପଢ଼ନ୍ତୁ: ଲଗାଣ ବର୍ଷାରେ ବେହାଲ୍ ଜନଜୀବନ; କାଣୀ ନଦୀରେ ଘାଇ, ବୁଡ଼ାଇଲା ବୈତରଣୀ !

ଏହି ଘଟଣା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ ଗ୍ରାମ ନିକଟ ପାହାଡ ତଳେ ଥିବା ଏକ କ୍ରସର ନିକଟରେ ଘଟିଛି। ସ୍ଥାନୀୟ ଲୋକେ ଏକ ଗଛରେ ଝୁଲିଥିବା ଅବସ୍ଥାରେ କଲରା ପତରିଆ ବାଘର ମୃତଦେହ ଦେଖି ବନ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ବାଘର ଦେହରେ ଏକାଧିକ କ୍ଷତ ଚିହ୍ନ ରହିଥିବା ବେଳେ ଦଉଡ଼ିରେ ବାନ୍ଧି ଏକ ପଥର ଲଗାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ କିଏ ଓ କେଉଁ କାରଣରୁ ଏଭଳି ହତ୍ୟା କରିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାର ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଏବଂ ପୋଲସରା ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ବାଘର ମୃତ୍ୟୁର ପ୍ରକୃତ କାରଣ, ଏହା ପଛରେ କିଏ ରହିଛି ଏବଂ ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଂଘନ ହୋଇଛି କି ନାହିଁ, ସେନେଇ ବନ ବିଭାଗ ଓ ପୋଲିସ ମିଳିତ ଭାବେ ତଦନ୍ତ ଚଳାଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ବାଘର ମୃତ୍ୟୁ ଦେହକୁ ବ୍ୟବଛେଦ ପାଇଁ ପଠାଯିବ । ବ୍ୟବଚ୍ଛେଦ ପରେ କଲରା ପତରିଆ ବାଘ ମୃତ୍ୟୁର କାରଣ ସ୍ପଷ୍ଟ ହେବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Leopard Found Hanging Near Jarada Chhak, Death Mystery Deepens | Argus News