Flood Threat / ଲଗାଣ ବର୍ଷାରେ ବେହାଲ୍ ଜନଜୀବନ; କାଣୀ ନଦୀରେ ଘାଇ, ବୁଡ଼ାଇଲା ବୈତରଣୀ !
·2 months ago·3 min read

Key Points
ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ସ୍ଥିତି
ଲଗାଣ ବର୍ଷାରେ ବେହାଲ୍ ଜନଜୀବନ
କେଉଁଠି ଘାଇ ତ କେଉଁଠି ଉଜିଡିଲା ଚାଷଜମି
ଲଗାଣ ବର୍ଷାରେ ବେହାଲ୍ ଜନଜୀବନ
କେଉଁଠି ଘାଇ ତ କେଉଁଠି ଉଜିଡିଲା ଚାଷଜମି
ଯାଜପୁର/କେନ୍ଦୁଝର/ଝାରସୁଗୁଡ଼ା/ବଲାଙ୍ଗୀର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ୍ ଜନଜୀବନ। ଅନେକ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ନଦୀ ଶାଖା କାଣୀ ନଦୀର କଣ୍ଟପଡାଠାରେ ସୃଷ୍ଟି ହୋଇଛି ୨ଟି ଘାଇ । ୫୦ ଫୁଟ ଏବଂ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ସେପଟେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ସ୍ଥିତି ସଂଗୀନ ହୋଇପଡ଼ିଛି। ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବା ସହ ଗାଁ ଭିତରକୁ ପଶିଛି ବନ୍ୟା ଜଳ। ଲଗାଣ ବର୍ଷା ଆଣିଛି ଦୁର୍ଦ୍ଦଶା। ଝାରସୁଗୁଡା ଜିଲ୍ଲା ପ୍ରସିଦ୍ଧ କୋଇଲିଘୁଘର ଜଳପ୍ରପାତ ଶୈବପୀଠରେ ବନ୍ୟା ପାଣି । ବଲାଙ୍ଗୀରରେ ଉଜୁଡ଼ି ଯାଇଛି ଚାଷୀଙ୍କ ଗଜା ଧାନ।
- କାଣୀ ନଦୀରେ ଘାଇ
- ବଲାଙ୍ଗୀରରେ ବର୍ଷା ବିତ୍ପାତ
- ତେଲ ନଦୀ ବ୍ରିଜରେ ୪ ଫୁଟର ପାଣି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆସନ୍ତା ୨୪ଘଣ୍ଟା ପାଇଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ଶୈବପୀଠରେ ପଶିଲା ବନ୍ୟାପାଣି
Related Topics
Explore more stories