Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୭ଟି ଛେଳିକୁ ମାରି ଖାଇଲା କଲରାପତରିଆ ବାଘ

Odisha

୭ଟି ଛେଳିକୁ ମାରି ଖାଇଲା କଲରାପତରିଆ ବାଘ

Swayangprajna Mishra
Browse all articles by Swayangprajna Mishra
·2 years ago
୭ଟି ଛେଳିକୁ ମାରି ଖାଇଲା କଲରାପତରିଆ ବାଘ

ସମ୍ବଲପୁର : ରେଢ଼ାଖୋଲ ବନଖଣ୍ଡ ଗିରିଶଚନ୍ଦ୍ରପୁର ରେଞ୍ଜ ଖୋଲଗଡ ସରଂକ୍ଷିତ ଜଙ୍ଗଳର ମଙ୍ଗଳପୁର ଗ୍ରାମ ନିକଟରେ ୭ଟି ଛେଳିକୁ ଏକ କଲରାପତରିଆ ବାଘ ମାରି ଖାଇଥିବା ଜଣାପଡିଛି . ମଙ୍ଗଳପୁର ଗ୍ରାମର ଯୋଗେଶ ଲାକ୍ରା ଗ୍ରାମ ନିକଟ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ . ହେଲେ ସନ୍ଧ୍ୟାରେ ଘରକୁ ଫେରିଲାବେଳେ ଛେଳି ଗୋଠକୁ ୭ ଟି ଛେଳି ଆସିନଥିଲେ। 

ଅଧିକ ପଢନ୍ତୁ : ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ

ସକାଳେ ଯୋଗେଶ ଲାକ୍ରା ଜଙ୍ଗଲକୁ ଯାଇ ଛେଳି ଖୋଜାଖୋଜି କରିଥିଲେ ହେଲେ ଜଙ୍ଗଲ ଭିତରେ ତାଙ୍କର ୭ ଟି ଛେଳିକୁ ଏକ କଲରାପତରିଆ ବାଘ ଖାଉଥିବା ଦେଖିବାକୁ ପାଇଥିଲେ ଏବଂ ଘରକୁ ଆସି  ବନବିଭାଗକୁ ଖବର ଦେଇଥିଲେ। ବନବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ମୃତ ଛେଳିମାନଙ୍କର ଶବକୁ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
leopard killed and ate 7 goats | Argus News