Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦକ୍ଷିଣ ଓଡ଼ିଶାରେ କମିଛି ବର୍ଷା, ବଢିଛି ଦୁର୍ଦ୍ଦଶା

Rashmita Mishra
Browse all articles by Rashmita Mishra
·1 year ago·2 min read
ଦକ୍ଷିଣ ଓଡ଼ିଶାରେ କମିଛି ବର୍ଷା, ବଢିଛି ଦୁର୍ଦ୍ଦଶା

ଅର୍ଗସ ବ୍ୟୁରୋ: ଲଘୁଚାପ ଜନିତ ବର୍ଷା ପରେ ମାଲକାନଗିରିରେ ଲୋକଙ୍କ ଦୁଃଖ ବଢିଛି । ପୋଟେରୁ, କାଙ୍ଗୋରୁକୋଣ୍ଡା, କନ୍ୟାଶ୍ରମ, ଏମଭି ୯୦, ଏମଭି ୯୬ ପୋଲ ଉପରେ ଏଯାଏଁ ପାଣି ଚାଲିଛି । ବନ୍ୟା ପରେ ଗାଁ ଗଣ୍ଡା ସମେତ ୩୨୬ ନଂ ଏନଏଚ୍ ରାସ୍ତା ଧୋଇଯାଇଛି । ଅନେକ ଘର ଦ୍ଵାର ଭାଙ୍ଗି ଯାଇଥିଲାବେଳେ କିଛି ଘର ପାଣିରେ ଅଧା ବୁଡି ରହିଛି ।.. ଏଥି ସହ ହେକ୍ଟର ହେକ୍ଟର ଚାଷ ଜମିରେ ବର୍ଷା ଜଳ ଲହଡି ଭାଙ୍ଗୁଛି । କୋରୁକୋଣ୍ଡା ବ୍ଲକ ବାୟାପଡା ଘାଟିରେ ଭୁସ୍ଖଳନ ଯୋଗୁଁ 18 ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷାରେ ବଣ୍ଡାଘାଟି ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ବର୍ଷାରେ ମାଟି କୁଡିଆ ସବୁ ଭୁଶୁଡି ପଡିଛି ।

ସେପଟେ ମାଲକାନଗିରି ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଅଗ୍ନିଶମ DG ସୁଧାଂଶୁ ଷଡ଼ଙ୍ଗୀ ଓ ଦକ୍ଷିଣ ପଶ୍ଚିମାଞ୍ଚଳ DIG ଚରଣ ସିଂ ମୀନା ।2200 ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ 15ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ପୋଟେରୁ ଗାଁରେ ପିଇବା ପାଣି ପାଇଁ 4ଟି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ଉଦ୍ଧାର କାର୍ଯ୍ୟରେ 9ଟି ଅଗ୍ନିଶମ ବହିନୀ ଓ 6ଟି ଓଡ୍ରାଫ୍ ଟିମ୍ ନିୟୋଜିତ ଅଛନ୍ତି । 11 ହଜାର ଲୋକ ବିଦ୍ୟୁତ ସରବରାହରୁ ବିଚ୍ଛିନ୍ନ ଅଛନ୍ତି । ଜଳବନ୍ଦୀ ଲୋକଙ୍କ ସମେତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ । 8ଟି ହାଇ ଲେବେଲ୍ ବ୍ରିଜକୁ ଶୀଘ୍ର ନିର୍ମାଣ କରାଯିବ । ଦୁଇ ଦିନ ଘର ବୁଡିକି ଥିଲେ ଡ୍ରେସ୍ ପାଇଁ 2500 ଟଙ୍କା, ବାସନା ପାଇଁ 2500 ଟଙ୍କା ମିଳିବ । ଗୃହପାଳିତ ପଶୁ ମରିଥିଲେ ମିଳିବ କ୍ଷତିପୂରଣ ।

4 ଦିନର ଲଗାଣ ବର୍ଷା କୋରାପୁଟ ଜିଲ୍ଲାବାସୀଙ୍କୁ ବି ଘାଣ୍ଟି ପକାଇଛି । ବର୍ଷା ଯୋଗୁଁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିବାବେଳେ ଏକର ଏକର ଜମିରେ ବନ୍ୟାଜଳ ଓ ବାଲି ମାଡ଼ି ଯାଇଛି । ଜିଲ୍ଲାର କୁନ୍ଦ୍ରା, ବୈପାରୀଗୁଡା, ସିମିଲିଗୁଡା ଓ ବୋରିଗୁମ୍ମା ଅଞ୍ଚଳରେ ଲୋକଙ୍କ ଘର ଭାଙ୍ଗି ମାଟିରେ ମିଶିଯାଇଛି । ଏବେ କିଏ ନିଜ ଭଙ୍ଗା ଘର ସଜାଡୁଛି ତ ଆଉ କିଏ କ୍ଷେତରୁ ବାଲି କାଢୁଛି । ଜିଲ୍ଲାରେ ପ୍ରଭାବିତ 6ଟି ଅଞ୍ଚଳରେ ପ୍ରଶାସନିକସ୍ତରରେ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି ।କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ପଶ୍ଚିମ ଓଡ଼ିଶାରେ ବି ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ଇଏ ଦେଖନ୍ତୁ, ନୂଆପଡ଼ା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ପାଣି ଘେରରେ ସହର ବାସିନ୍ଦା । ଘର ଭିତରେ ବାହାରେ ବର୍ଷା ପାଣି ଜମି ରହିଛି ।

ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ପରବର୍ତ୍ତୀ ସ୍ଥିତି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ସଜାଗ ଅଛନ୍ତି । ଦିନେ ଦୁଇ ଦିନରେ ସ୍ଥିତି ସ୍ବାଭାବିକ ହୋଇଯିବ । ଜିରୋ କଜୁଆଲ୍ଟି ରହିଛି ଏବଂ ଭୂସ୍ଖଳନ ପାଇଁ ଜଣେ ଆହତ ହୋଇଛନ୍ତି । ବିଭାଗର ସଫଳ କାର୍ଯ୍ୟ ପାଇଁ ବିଶେଷ କ୍ଷତି ହୋଇନଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅବପାତର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ । ପ୍ରଭାବରେ ପ୍ରବଳ ବର୍ଷା ନେଇ ଆଜି ପାଇଁ ବରଗଡ଼, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ହୋଇଛି। 13 ତାରିଖଠୁ ବର୍ଷାର ପରିମାଣ ବଢିବ । ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

 

Sponsored
Less rain in South Odisha, misery is increasing | Argus News