Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ରାଜ୍ୟ ସରକାର କ’ଣ କରୁଛନ୍ତି ତାର ସିବିଆଇ ତଦନ୍ତ କରାଯାଉ

Ritu Das
Browse all articles by Ritu Das
·2 years ago·2 min read
କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ରାଜ୍ୟ ସରକାର କ’ଣ କରୁଛନ୍ତି ତାର ସିବିଆଇ ତଦନ୍ତ କରାଯାଉ

ଅର୍ଗସ ବ୍ୟୁରୋ: ଓଡିଶାରେ ଧାନ କିଣା କାରବାରରେ ବ୍ୟାପକ ଦୁର୍ନୀତି ଓ ହେରଫେର ଏବଂ ଧାନମଣ୍ଡିମାନଙ୍କର ବିକାଶ ପାଇଁ କେନ୍ଦ୍ର ସରକାର ଦେଉଥିବା ଅର୍ଥର ବାଟମାରଣା ପ୍ରତିବାଦରେ ବିଜେପି କୃଷକମୋର୍ଚ୍ଚା ତରଫରୁ ଜାନୁୟାରୀ ୨୯ ରୁ ୩୧ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ରାଜ୍ୟର ୫୮ଟି ସବଡିଭିଜନ ମୁଖ୍ୟାଳୟଠାରେ ଆନ୍ଦୋଳନ କରାଯିବା ସହିତ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କୁ ସିବିଆଇ ତଦନ୍ତ ଦାବି କରି ଦାବିପତ୍ର ପ୍ରଦାନ କରାଯିବ ବୋଲି ବିଜେପି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ଓଡିଶାରେ ଚଳିତ ଖରିଫ ଧାନ କିଣା କାରବାରରେ ମିଲର, ପ୍ରଶାସନିକ ଅଧିକାରୀ ଓ ସରକାରୀ ଦଳର ସ୍ଥାନୀୟ ଠାରୁ ଆରମ୍ଭ କରି ଶୀର୍ଷ ନେତୃବୃନ୍ଦଙ୍କ ମଧୁଚନ୍ଦ୍ରିକାରେ ବ୍ୟାପକ ଦୁର୍ନୀତି ଓ ହେରଫେର କରାଯାଇଛି । ପ୍ରତ୍ୟେକ ଧାନମଣ୍ଡିରେ କୁଇଂଟାଲ ପ୍ରତି ଧାନ ୫ ରୁ ୧୦କିଲୋ କଟନି ଛଟନି କରାଯାଉଛି । ଚାଷୀମାନଙ୍କ ତରଫରୁ ଯେତେ ଏହାର ପ୍ରତିବାଦ କଲେବି ରାଜ୍ୟ ସରକାରଙ୍କୁ କିଛି ଫରକ ପଡୁ ନାହିଁ । ସାରା ରାଜ୍ୟରେ ଚାଷୀକୁ ବସ୍ତା ଦିଆଯାଉନାହିଁ । ଧାନମଣ୍ଡି ମାନଙ୍କରେ ଚାଷୀମାନଙ୍କଠାରୁ ଧାନ ଅନଲୋଡିଂ ଓ ଓଜନ ବାବଦରେ କୁଇଣ୍ଟାଲ ପ୍ରତି ୫ରୁ ୧୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି ।

ଓଡ଼ିଶାରେ ଯେଉଁ ଧାନମଣ୍ଡି ମାନଙ୍କରେ ଯେତେ ମୂଲ୍ୟର ଧାନ କିଣାଯାଉଛି କେନ୍ଦ୍ର ସରକାର ତାର ୨ପ୍ରତିଶତ ଧାନମଣ୍ଡିର ବିକାଶ ପାଇଁ ପ୍ରଦାନ କରୁଛନ୍ତି । ଧାନମଣ୍ଡିର ବିକାଶ ପାଇଁ ଯଥା-ଧାନକୁ ସୁରକ୍ଷିତ ରଖିବା ପାଇଁ ଗୋଦାମ ଗୃହ ନିର୍ମାଣ, ପକା ପିଣ୍ଡି ନିର୍ମାଣ, ଚାଷୀମାନଙ୍କ ବିଶ୍ରାମ ଗୃହ ନିର୍ମାଣ, ଶୌଚ ହେବା ପାଇଁ ପାଇଖାନା ନିର୍ମାଣ, ପିଇବା ପାଣି ପାଇଁ ବ୍ୟବସ୍ଥା ଓ ପାଚେରୀ ନିର୍ମାଣ କରିବା କଥା କିନ୍ତୁ ଓଡ଼ିଶାର ପ୍ରାୟ ୯୮ଭାଗ ଧାନମଣୀ ଖୋଲା ମଇଦାନରେ ଚାଲିଛି । ଧାନମଣ୍ଡିର ବିକାଶ ପାଇଁ କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ରାଜ୍ୟ ସରକାର କଣ କରୁଛନ୍ତି ଏହିସବୁ ବ୍ୟାପକ ଦୁର୍ନୀତି ଓ ହେରଫେରର ତୁରନ୍ତ ସିବିଆଇ ତଦନ୍ତ କରାଯିବା ପାଇଁ ବିଜେପି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଦାବି କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored