ଓଡ଼ିଶା କେଉଁକେଉଁ ବାତ୍ୟା ଦ୍ବାରା ପ୍ରଭାବିତ ହୋଇଛି ଚାଲନ୍ତୁ ଜାଣିବା

ଅର୍ଗସ ବ୍ୟୁରୋ: ୧୯୯୯ ମହାବାତ୍ୟା ପର ଠାରୁ ଓଡ଼ିଶା ସଜାଗ ହୋଇଛି, ସତର୍କ ହୋଇଛି । ବାତ୍ୟା ମୁକାବିଲା ବେଶ ସଫଳ ଢଙ୍ଗରେ ମଧ୍ୟ କରିଛି । ବିଶେଷ କରି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମେ ବେଶ ଆଗକୁ ବି ଆସିସାରିଛୁ । ତେବେ ଏସବୁ ଭିତରେ ଆସନ୍ତୁ ଥରେ ନଜର ପକାଇନେବା ୧୯୯୯ ପର ଠାରୁ ଓଡ଼ିଶା କେଉଁକେଉଁ ବାତ୍ୟା ଦ୍ବାରା ପ୍ରଭାବିତ ହୋଇଛି ଆଉ ଲ୍ୟାଣ୍ଡଫଲ ବେଳେ ତାର ବେଗ କେତେ ଥିଲା।
ପ୍ରଥମେ ସୁପର ସାଇକ୍ଲୋନ ବା ମହାବାତ୍ୟା ଯାହା ୨୯ ଅକ୍ଟୋବର ୧୯୯୯ରେ ଓଡ଼ିଶାରେ ତାଣ୍ଡବ ରଚିଥିଲା ସେତେବେଳେ ଘଣ୍ଟାପ୍ରତି ତାର ବେଗ ଥିଲା ୨୬୭ କିମି । ଏହା ପରେ ଆଉ ଏକ ବଡ଼ ବାତ୍ୟା ଥିଲା ଫାଇଲିନ୍। ୧୨ ଅକ୍ଟୋବର ୨୦୧୩ରେ ଏହି ବାତ୍ୟା ଓଡ଼ିଶାକୁ ହିଟ୍ କରିଥିବା ବେଳେ ଘଣ୍ଟା ପ୍ରତି ବେଗ ଥିଲା ୨୧୫ କିମି । ତା ପରବର୍ଷ ଅର୍ଥାତ୍ ୧୨ ଅକ୍ଟୋବର ୨୦୧୪ରେ ଆଉ ଏକ ବାତ୍ୟାର ସାମ୍ନା କରିଥିଲା ଓଡ଼ିଶା ଯାହାର ନାଁ ଥିଲା ହୁଡହୁଡ୍ । ସେତବେଳେ ଘଣ୍ଟାପ୍ରତି ପବନର ବେଗ ଥିଲା ୧୮୫ କିମି ।
୨୧ ସେପ୍ଟେମ୍ବର ୨୦୧୮ରେ ଆଉ ଏକ ବାତ୍ୟ ଆସିଥିଲା ଯାହାର ନାଁ ଥିଲା ଡାଏ । ତାର ଘଣ୍ଟାପ୍ରତି ବେଗ ୭୦ କିମି । ସେଇ ବର୍ଷ ଅର୍ଥାତ୍ ୧୦ ଅକ୍ଟୋବର ୨୦୧୮ରେ ଓଡ଼ିଶାରେ ଦେଖିବାକୁ ମିଳିଥିଲା ବାତ୍ୟା ତିତିଲିର ପ୍ରଭାବ । ବିଶେଷ କରି ଗଜପତି ଜିଲ୍ଲା ଏହା ଦ୍ବାରା ପ୍ରଭାବିତ ହୋଇଥିଲା । ସେତେବେଳେ ଏହାର ସ୍ପିଡ୍ ଥିଲା ୧୫୦ କିଲୋମିଟର ପ୍ରତି ଘଣ୍ଟା । ଏହାପରେ ଓଡ଼ିଶା ଦେଖିଥିଲା ଭୟଙ୍କର ବାତ୍ୟା ଫନି । ୩ ମେ'ରେ ୨୦୧୯ରେ ଓଡ଼ିଶାରେ ମାଡ଼ ହୋଇଥିବା ଏହି ସାମୁଦ୍ରିକ ଝଡ଼ର ବେଗ ଥିଲା ଘଣ୍ଟାପ୍ରତି ବେଗ ଥିଲା ୨୦୫ କିମି ।
୮ ନଭେମ୍ବର ୨୦୧୯ରେ ଆଉ ଏକ ବାତ୍ୟା ଓଡ଼ିଶା ଦେଖିଥିଲା। ଯାହାର ନାଁ ଥିଲା ବୁଲବୁଲ୍ । ଏହାର ଘଣ୍ଟା ପ୍ରତି ବେଗ ଥିଲା ୧୩୦ କିଲୋମିଟର । ୨୦ ମେ' ୨୦୨୦ରେ କରୋନା ଭିତରେ ଓଡ଼ିଶା ସମ୍ମୁଖୀନ ହୋଇଥିଲା ଅମ୍ଫାନର। ଏହାଦ୍ବାରା ପଶ୍ଚିମବଙ୍ଗ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ବି ଘଣ୍ଟାପ୍ରତି ସେତେବେଳେ ବେଗ ଥିଲା ୧୫୦ କି.ମି। ୨୬ ମେ' ୨୦୨୧ରେ ଓଡ଼ିଶାରେ ଆଉ ଏକ ବାତ୍ୟାର ପ୍ରଭାବ ସାମାନ୍ୟ ଅନୁଭୂତ ହୋଇଥିଲା ଯାହାର ନାଁ ଥିଲା ୟାଶ। ସେତେବେଳେ ଏହାର ଘଣ୍ଟା ପ୍ରତି ବେଗ ଥିଲା ୧୪୦ କିମି ।
📱 Get Argus News App
✨୨୦୨୧ରେ ଗୁଲାବ ବାତ୍ୟାର ବେଗ ଥିଲା ୧୦୦ କିଲୋମିଟର ଆଉ ଜୱାଦ ଯାହା ସମୁଦ୍ର ଭିତରେ ହିଁ ଦୁର୍ବଳ ହୋଇଯାଇଥିଲା ତାର ବେଗ ଥିଲା ଘଣ୍ଟା ପ୍ରତି ୫୦ କିଲୋମିଟର । ଏହା ବ୍ୟତୀତ ୨୦୨୨ରେ ବାତ୍ୟା ମାଣ୍ଡୋସ, ଆସାନୀ ଆଉ ସିତରଙ୍ଗ ସୃଷ୍ଟି ହୋଇଥିଲେ ବି ସେଇ ଅନୁସାରେ ପ୍ରଭାବ କିନ୍ତୁ ପକେଇ ପାରି ନଥିଲେ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର