Videos
|
Odisha

ବାତ୍ୟାକୁ ନେଇ ଐତିହ୍ୟର ସୁରକ୍ଷା ନିମନ୍ତେ ଏଏସଆଇ ପକ୍ଷରୁ ଚିଠି

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ବାତ୍ୟାକୁ ନେଇ ଐତିହ୍ୟର ସୁରକ୍ଷା ନିମନ୍ତେ ଏଏସଆଇ ପକ୍ଷରୁ ଚିଠି

ଅର୍ଗସ ବ୍ୟୁରୋ : ବାତ୍ୟାକୁ ଦୃଷ୍ଟିରେ ରଖି ଐତିହ୍ୟ କୀର୍ତ୍ତିରାଜି ଗୁଡିକର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ଏଏସଆଇ। ପୁରୀ, କଟକ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଳାରେ ଥିବା ସମସ୍ତ ଐତିହ୍ୟ କୀର୍ତ୍ତିରାଜିର ଯେଭଳି କୌଣସି ବାତ୍ୟା ଦ୍ବାରା କ୍ଷତି ନ ଘଟିବ ସେନେଇ ଏଏସଆଇ ପକ୍ଷରୁ ଅଧିକାରୀ ମାନଙ୍କୁ ଚିଠି ଯୋଗେ ନିର୍ଦ୍ଦେଶ ଦିଆଯାଇଛି। ଐତିହ୍ୟ କୀର୍ତ୍ତିରାଜି ଗୁଡିକରେ ଲାଗିଥିବା ଲୁହା ସ୍କାଫୋଲ୍ଡିଙ୍ଗ ଯେଭଳି ପବନ ଦ୍ବାରା କୌଣସି ସମସ୍ୟା ସୃଷ୍ଟି ନହୁଏ ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢନ୍ତୁ : ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସର୍ବୋଚ୍ଚ ପ୍ରାଥମିକତା - ପୂର୍ବତଟ ରେଳପଥ

ସେହିପରି ଓଭର ହେଡ ପାଣି ଟାଙ୍କି ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିଜି ସେଟ୍ ଗୁଡିକ ପାଇଁ ପର୍ଯ୍ୟାପ୍ତ ପରିମାଣରେ ତେଲ ମହଜୁଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଜଳବନ୍ଦୀ ସମସ୍ୟା ହେବାର ଆଶଙ୍କା ଥିବାରୁ ଜଳ ନିଷ୍କାସନ ପାଇଁ ପମ୍ପସେଟର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନ ଯାଞ୍ଚ କରାଯିବା ସହ ମନ୍ଦିରର ବିଭିନ୍ନ ଅଂଶରେ ପାଣି ନିଷ୍କାସନ ପାଇଁ ଯେଭଳି କୌଣସି ଅସୁବିଧା ନହୁଏ ସେ ଦିଗରେ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Letter from ASI for protection of heritage on cyclone | Argus News