Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶାର ଯୁବପୀଢ଼ିଙ୍କ ଆକାଂକ୍ଷା ପୂରଣ କରୁଛି ଭାରତ ସରକାରଙ୍କ କୌଶଳ ବିକାଶ କେନ୍ଦ୍ର: ମନୋଜ ସିହ୍ନା

Odisha

ଓଡ଼ିଶାର ଯୁବପୀଢ଼ିଙ୍କ ଆକାଂକ୍ଷା ପୂରଣ କରୁଛି ଭାରତ ସରକାରଙ୍କ କୌଶଳ ବିକାଶ କେନ୍ଦ୍ର: ମନୋଜ ସିହ୍ନା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଓଡ଼ିଶାର ଯୁବପୀଢ଼ିଙ୍କ ଆକାଂକ୍ଷା ପୂରଣ କରୁଛି ଭାରତ ସରକାରଙ୍କ କୌଶଳ ବିକାଶ କେନ୍ଦ୍ର: ମନୋଜ ସିହ୍ନା

ଅର୍ଗସ ବ୍ୟୁରୋ:  ଜମ୍ମୁ ଓ କଶ୍ମୀରର ମାନ୍ୟବର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଆଜି ଜମ୍ମୁ ଓ କଶ୍ମୀର ସରକାରଙ୍କ ଦକ୍ଷତା ବିକାଶ ବିଭାଗର ଏକ ଟିମ୍ ସହିତ ଭୁବନେଶ୍ୱର ସ୍ଥିତ ସ୍କିଲ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ (ଏସଡିଆଇ-ବି) ପରିଦର୍ଶନ କରିଛନ୍ତି । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ସହ ଓଡ଼ିଆ ପରମ୍ପରା ଅନୁଯାୟୀ ଛାତ୍ରଛାତ୍ରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ଅନୁଷ୍ଠାନର ସୁବିଧା ସୁଯୋଗ ସମ୍ପର୍କରେ ତାଙ୍କ ନିକଟରେ ଏକ ବିସ୍ତୃତ ବିବରଣୀ ଉପସ୍ଥାପନା କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଯୋଗାଇ ଦିଆଯାଇଥିବା ଉତ୍ତମ ଭିତ୍ତିଭୂମି ଏବଂ ପ୍ରଶିକ୍ଷଣ ପାଠ୍ୟକ୍ରମକୁ ଉପରାଜ୍ୟପାଳ ପ୍ରଶଂସା କରିଥିଲେ । ଭାରତ ସରକାରଙ୍କ କୌଶଳ ବିକାଶ କେନ୍ଦ୍ର ଓଡ଼ିଶାର ଯୁବପିଢିଙ୍କ ଆକାଂକ୍ଷା ପୂରଣ କରିବା ନେଇ ସେ କହିଥିଲେ ।

ଜମ୍ମୁ ଓ କଶ୍ମୀର ସରକାରଙ୍କ ଦକ୍ଷତା ବିକାଶ ଟିମ୍ ବିଭିନ୍ନ ପରୀକ୍ଷାଗାର, ଶ୍ରେଣୀଗୃହ ଓ କର୍ମଶାଳା ଇତ୍ୟାଦି ବୁଲି ଦେଖିଥିଲେ । ଅନୁଷ୍ଠାନର ସ୍ମାର୍ଟ କ୍ଲାସରୁମ୍, ୱାଇ-ଫାଇ ଆକ୍ସେସ୍, ଡିଜିଟାଲ୍ ଲର୍ଣ୍ଣିଂ ପ୍ଲାଟଫର୍ମ ଏବଂ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭଳି ଅତ୍ୟାଧୁନିକ ସୁବିଧା ଥିବା ଏହି ମେଗା ମଡେଲ ଆବାସିକ ଦକ୍ଷତା ବିକାଶ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ପରିଦର୍ଶନ କରିଥିଲେ । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ହଷ୍ଟେଲ, ଏକାଡେମିକ ବ୍ଲକ, ଓ୍ୱାର୍କସପ, ଓପନ ଏୟାର ଥିଏଟର, ଖେଳ ପଡ଼ିଆ, ଅଧ୍ୟାପକ ବ୍ଲକ, ଷ୍ଟାଫ୍ ହଷ୍ଟେଲ, ଅଡିଟୋରିୟମ, ଆଡମିନ ବ୍ଲକ ଓ ଗେଷ୍ଟହାଉସ୍ ଭଳି ସୁବିଧାକୁ ଦେଖି ମଧ୍ୟ ପ୍ରଶଂସା କରିଥିଲେ ।

ଏହି ଅତ୍ୟାଧୁନିକ ସୁବିଧା ପାଇଁ ସେମାନେ ଜମ୍ମୁ-କଶ୍ମୀର ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଏବଂ ଏହି ଏସଡିଆଇର ସହଯୋଗ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଜମ୍ମୁ-କଶ୍ମୀର ଏବଂ ଏସଡିଆଇ, ଭୁବନେଶ୍ୱର ଦକ୍ଷତାମୂଳକ ପଦକ୍ଷେପ ଉପରେ ବିଭିନ୍ନ ସମ୍ଭାବନା ଉପରେ ଆଲୋଚନା ହୋଇଥିଲା । ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ ବା ଉଦ୍ୟୋଗୀ କରିବା ପାଇଁ ସ୍କିଲ ମାଧ୍ୟମରେ ପ୍ରଶିକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦେବା ଉପରେ ଥିବା ପ୍ରତିବଦ୍ଧତାକୁ ଜାଣି ଟିମର ପ୍ରତିନିଧିମାନେ ଖୁସି ହୋଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତୈଳ ଓ ଗ୍ୟାସ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ପ୍ରମୁଖ ପ୍ରକଳ୍ପ ଅନ୍ତର୍ଗତ ଏହି ଅନୁଷ୍ଠାନ ସମାଜର ଅସହାୟ ଓ ବେରୋଜଗାର ଯୁବକମାନଙ୍କୁ ଚାକିରି ପାଇଁ ପ୍ରସ୍ତୁତ କରିବା ଦିଗରେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଦିଗରେ ସ୍ଥାପିତ କରାଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ମିଶନ ଅନୁଯାୟୀ ସ୍ଥାପିତ ଏହି ସଂସ୍ଥା 'ଯୁବପିଢ଼ିଙ୍କୁ ଦକ୍ଷ କରିବା, ଜୀବିକା ବୃଦ୍ଧି' ଉଦ୍ଦେଶ୍ୟରେ ଓଡ଼ିଶାରେ ସ୍କିଲ ଇକୋସିଷ୍ଟମ ତଥା ପୂର୍ବ ଭାରତରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି । ୨୦୧୬ ମଇ ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ତାରାବୋଇ, ଜଟଣୀ, ଖୋର୍ଦ୍ଧା ଠାରେ ଥିବା ଏହାର ଅତ୍ୟାଧୁନିକ କ୍ୟାମ୍ପସରୁ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ଆବଶ୍ୟକତା ଅନୁଯାୟୀ ୨୫ଟି ପ୍ରଶିକ୍ଷଣ ପାଠ୍ୟକ୍ରମ ପରିଚାଳିତ ହେଉଛି । 

ଭାରତ ବିଶ୍ୱର ଦକ୍ଷତା ରାଜଧାନୀ ଭାବେ ନିଜକୁ ପ୍ରତିଷ୍ଠିତ କରିବା ଦିଗରେ ଆଗେଇ ଚାଲିଥିବା ବେଳେ ସବୁ ରାଜ୍ୟ ନିଜ ନିଜ ଅଞ୍ଚଳର ଯୁବକମାନଙ୍କୁ ଦକ୍ଷ କରିବାକୁ ଚାହୁଁଛନ୍ତି । ତେଣୁ ଦେଶର ବୃହତ୍ତମ ସ୍ୱାର୍ଥ ପୂରଣ ପାଇଁ ଅନ୍ୟ ରାଜ୍ୟର ଟିମ୍ ଗୁଡ଼ିକ କ୍ରମାଗତ ଭାବରେ ଏଭଳି ଉତ୍କର୍ଷତାର ଉଦାହରଣ ଖୋଜୁଛନ୍ତି ଏବଂ ଏହାକୁ ଅନୁକରଣ କରୁଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Lieutenant Governor of Jammu and Kashmir Manoj Sinha visited Bhubaneswar Skill Development Centre | Argus News