Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାସ ମାସ ଧରି ଅନ୍ଧାରରେ ଜୀବନ, ବଣ ପାହାଡ ଘେରରେ ଭୟରେ କଟୁଛି ପ୍ରତି ମୂହୂର୍ତ୍ତ

Odisha

ମାସ ମାସ ଧରି ଅନ୍ଧାରରେ ଜୀବନ, ବଣ ପାହାଡ ଘେରରେ ଭୟରେ କଟୁଛି ପ୍ରତି ମୂହୂର୍ତ୍ତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମାସ ମାସ ଧରି ଅନ୍ଧାରରେ ଜୀବନ, ବଣ ପାହାଡ ଘେରରେ ଭୟରେ କଟୁଛି ପ୍ରତି ମୂହୂର୍ତ୍ତ

ଅର୍ଗସ ବ୍ୟୁରୋ:  ମାସ ମାସ ଧରି ଅନ୍ଧାରରେ ଜୀବନ । ବଣ ପାହାଡ ଘେରରେ ଭୟରେ କଟୁଛି ପ୍ରତି ମୂହୂର୍ତ୍ତ । କିପରି ଚାରିଆଡ କିଟ୍ କିଟ୍ ଅନ୍ଧାର । ସୂର୍ଯ୍ୟ ଅସ୍ତ ହେଲେ ମାତ୍ରେ ସବୁକିଛି ଶୂନଶାନ୍ । ବିଦ୍ୟୁତ୍ ବିଭାଗର ଭୁଲର ସଜ୍ଜା ଭୋଗୁଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ସାଅବା ପଂଚାୟତର ଉପାନ୍ତ ଗାଁ ଭାଲିଆଗୁଡା ।ବଣ ପାହାଡ ଘେରା ଏହି ଆଦିବାସୀ ଗାଁକୁ ଗତ ୨୦୧୨ରେ ବିଜୁ ଜ୍ୟୋତି ଯୋଜନାରେ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା ।. ହେଲେ ଗାଁକୁ ଯାତାୟତ ଲାଗି ଭଲ ରାସ୍ତା ନଥିବାରୁ ବିଦ୍ୟୁତ୍ ରିଡିଂ ନେବାକୁ ବିଦ୍ୟୁତ୍ ବିଭାଗର କେହି କେବେ ଯାଆନ୍ତି ନାହିଁ ।..... ଗତ 5 ମାସ ତଳେ ଗାଁର ଟ୍ରାନ୍ସଫର୍ମର୍ ଖରାପ ହୋଇଯିବା ପରେ ବିଦ୍ୟୁତ ବିଭାଗ ପାଖେ ଅଭିଯୋଗ କରିଥିଲେ ଗ୍ରାମବାସୀ । ହେଲେ ୨୦୧୨ ମସିହାରୁ ଏପର୍ଯ୍ୟନ୍ତ ବାକିଥିବା ବିଦ୍ୟୁତ୍ ବିଲ୍ ପୈଠ ନକଲେ ଗାଁକୁ ବିଦ୍ୟୁତ ଯୋଗାଇ ଦିଆଯିବ କୁହାଯାଇଛି । 12 ବର୍ଷର ବିଦ୍ୟୁତ୍ ବିଲ୍ କାହାର 50 ହଜାର ତ କାହାର 40 ହଜାର । ଏକାସାଙ୍ଗରେ ଏତେ ଗୁଡାଏ ଟଙ୍କା କେଉଁଠୁ ଆଣିବେ ତାକୁ ନେଇ ଚିନ୍ତାରେ ପଡିଥିବା ଗରିବ ଆଦିବାସୀ ପରିବାରଙ୍କୁ ଏବେ କେବଳ ଡିବିରି ଆଲୁଅ ଓ ମହମବତୀ ଭରସା ।

ବିଜୁଳି ନଥିବାରୁ ରାତି ହେଲେ ମାତ୍ରେ ଗାଁରେ ତାଟି କବାଟ ପଡି ଯାଉଛି। ଲଣ୍ଠନ ଓ କିରୋସିନୀ ଜାଳି ପିଲାମାନେ ପାଠ ପଢିବାଠୁ ଆରମ୍ଭ କରି ରୋଷେଇବାସ ସବୁ କାମ ହେଉଛି ।.... ସେପଟେ ବିଦ୍ୟୁତ୍ ବିଭାଗ ସହ କଥା ହୋଇ ଏ ସମସ୍ୟାର ଶୀଘ୍ର ସମାଧାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ।

24 ବର୍ଷ ଶାସନରେ ବିଜେଡି କିଭଳି ଗ୍ରାମାଞ୍ଚଳ ଗୁଡ଼ିକର ବିକାଶ କରିଛି, ତାର ଜ୍ବଳନ୍ତ ଉଦାହରଣ ଭାଲିଆଗୁଡ଼ା ଗାଁ । ଭଲ ରାସ୍ତା ନଥିବାର ଦୁଃଖ ସରୁନଥିବାବେଳେ ଏବେ ରାସ୍ତା ଲାଗି 12 ବର୍ଷର ବିଜୁଳି ବିଲ୍ ପୈଠ ଗ୍ରାମବାସୀଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି । ବର୍ତ୍ତମାନ ବିଜେପି ସରକାର କଣ ପଦକ୍ଷେପ ନେବ, ତା ଉପରେ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus Whatsapp Channel Mobile Top
Sponsored
Life in the dark for months | Argus News