Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶୌଚାଳୟରେ ବିତୁଛି ଜୀବନ  

Odisha

ଶୌଚାଳୟରେ ବିତୁଛି ଜୀବନ  

Manini Pattanayak
Browse all articles by Manini Pattanayak
·1 year ago·2 min read
ଶୌଚାଳୟରେ ବିତୁଛି ଜୀବନ  

କଟକ: ଶୌଚାଳୟରେ ବିତୁଛି ଜୀବନ। ନା ଅଛି ଲାଇନ୍, ନା ଆସୁଛି ପାଣି। ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଡ଼ଲି ଦେବୀ ଓ ତାଙ୍କ ପରିବାର। ଏସସିବି ମେଡିକାଲକୁ ଏମ୍ସ ପ୍ଲସ କରିବା ପାଇଁ ବିତାଡ଼ିତ ହେଲେ ବସ୍ତି ବାସିନ୍ଦା।  ସେପଟେ ସିଏମସି ମେୟରଙ୍କ ଓଲଟା ଯୁକ୍ତି, କିଏ ଓ କାହିଁକି ଶୌଚାଳୟରେ ରହୁଛନ୍ତି ତାକୁ ନେଇ ତଦନ୍ତ ହେବ... କୁଆଡ଼େ ଗଲା ଜାଗା ମିଶନ ଉଠିଲା ପ୍ରଶ୍ନ ?...
 ବିଜେଡି ସରକାରଙ୍କ ଏସସିବି ମେଡିକାଲକୁ ଏମ୍ସ ପ୍ଲସ ରୂପ ଦେବା ପାଇଁ ଆରମ୍ଭ ହୋଇଥିବା ଯୋଜନାରେ ଉଚ୍ଛେଦ ହୋଇଥିଲା ନିକଟସ୍ଥ ସମସ୍ତ ବସ୍ତି। ମାଆ ମଙ୍ଗଳା ବସ୍ତିରେ ରହୁଥିଲେ ଡ଼ଲି ଦେବୀ ଓ ତାଙ୍କ ପରିବାର। ଉଚ୍ଛେଦ ହେବା ନୋଟିସ ପରେ ସେମାନେ ବସ୍ତି ଛାଡି ଦେଇଥିଲେ।

ଏପରିକି ଅନ୍ୟ ଜାଗାରେ ଥଇଥାନ ପାଇଁ ମିଳିଥିଲା ପ୍ରତିଶ୍ରୁତି। ହେଲେ ସମୟ ଗଡ଼ିଲା, ସରକାରୀ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ସିନା କିନ୍ତୁ ଡଲିଙ୍କ ପରିବାରକୁ ମିଳିଲାନି ଘର ଖଣ୍ଡେ। ଫଳରେ ବର୍ଷେ ଧରି କଲେଜ ଛକ ପାଟରା ସାହିରେ ଥିବା ଏକ ପବ୍ଲିକ ଶୌଚାଳୟରେ ଜୀବନ କାଟୁଛନ୍ତି ଏହି ପରିବାର । ନା ଅଛି ଲାଇନ, ନା ଆସୁଛି ପାଣି। ଭଗବାନଙ୍କୁ ଆସରା କରି ଦିନ କାଟୁଛନ୍ତି ।   ସେପଟେ ସିଏମସି ମେୟରଙ୍କ ଓଲଟା ଯୁକ୍ତି, କିଏ ଓ କାହିଁକି ଶୌଚାଳୟରେ ରହୁଛନ୍ତି ତାକୁ ନେଇ ତଦନ୍ତ ହେବ । ଶୌଚାଳୟ ସାଧାରଣ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ସେଠାରେ ରହିବା ବେଆଇନ। ଏହା ସହ ଆହୁରି କହିଛନ୍ତି, ଯେଉଁ ବସ୍ତି ସବୁ କଟକରୁ ଉଚ୍ଛେଦ କରାଯାଇଛି, ସମସ୍ତଙ୍କୁ ଥଇଥାନ କରାଯାଇଛି । ତା ସହ ଜାଗା ମିଶନରେ ମଧ୍ୟ ଜାଗା ଦିଆଯାଇଛି, ଏ ପରିବାରକୁ ମଧ୍ୟ ଚିହ୍ନଟ କରି ଥଇଥାନ କରାଯିବ । ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ଜାଗା ମିଶନ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, ହେଲେ ଆଜି ବି କଟକ ଭଳି ସହରରେ ଶୌଚାଳୟରେ ଜୀବନଯାପନ କରୁଛନ୍ତି ଏହି ପରିବାର । ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କି ପଦକ୍ଷେପ ଗ୍ରହଣ କରୁଛି ପ୍ରଶାସନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Life is spent in the toilet. No line, no water coming | Argus News