ମିଳୁନି ଆବାସ: ପଲଥିନ ତଳେ ବିତୁଛି ଜୀବନ

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ଶାସନ କାଳରେ କେବେ ବି ନଜର ପଡିନି ସାଗରଙ୍କ ବାସଗୃହ ଉପରେ । ଏମିତି କେତେ ଆସିଛନ୍ତି କେତେ ଯାଇଛନ୍ତି କିନ୍ତୁ ପ୍ରତିଶ୍ରୁତି ସୀମିତ ଭିତରେ ରହିଯାଇଛି ବାସଗୃହ ପାଇବାର ଆଶା । ରାଜ୍ୟ ସରକାରଙ୍କ ବିଚାରଧାରା ଫାଳେ କିନ୍ତୁ କାଗଜ କଲମର କଥା ଆଉ ଏକ ଫାଳେ । କୌଣସି ଯୋଗ୍ୟ ହିତାଧିକାରୀ ବାସଗୃହ ପାଇବାରୁ ବଞ୍ଚିତ ନ ହେଉ ଏଥିପାଇଁ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ " ବ୍ୟାପକ ଭାବରେ ବାସଗୃହ ଯୋଗାଇଛନ୍ତି କିନ୍ତୁ ରାଜ୍ୟ ସରକାର ଗରିବଙ୍କ ପ୍ରତି ଚଞ୍ଚଳତା କରି ତେଲିଆ ମୁଣ୍ଡରେ ତେଲ ଢାଳିବା ନୀତି ଚଳାଇଛନ୍ତି।
ଗରିବରୁ ଅତି ଗରିବ ହେଉଛନ୍ତି ସାଗର ନାଏକ । ସାହାରା କହିଲେ ହାତ ଧରୁଥିବା କେବଳ ବୃଦ୍ଧା ସହଧର୍ମଣୀ । ସମ୍ବଳ କହିଲେ ୫କେଜି ରାସନ ଓ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା । ରୋଜଗାର କରିବା କ୍ଷମତା ନାହିଁ। ଭୂମୀହିନ ସମ୍ବଳିତ ପରିବାର । ମୁଣ୍ଡ ଗୁଞ୍ଜିବାକୁ ବାସଗୃହ ଖଣ୍ଡିଏ ନାହିଁ । ସତେ ଯେମିତି ଅଭିଶପ୍ତ ଜୀବନ କାଟୁଛନ୍ତି ସାଗର । ଯେତେବେଳେ ଦେଖିଲେ ଛିଣ୍ଡାପଲିଥିନ ଆବରଣ ଝୁମ୍ପୁଡ଼ି କୁଡ଼ିଆ ଭିତରେ। ଘରର କାନ୍ଥ କହିଲେ ଝାଟି କେଇଖଣ୍ଡ , ସାଇଁ ସାଇଁ ପବନ ଏପାଖୁ ଯାଇ ସେ ପାଖେ ବାହାରୁଛି । ଏପରିପକ୍ଷରେ ଆବାସ ଘରଖଣ୍ଡିଏ ପାଇଁ ନୟାନ୍ତ ହୋଇସାରିଛନ୍ତି ସାଗର।
ସେ ଗୁହାରି କରିଛନ୍ତି ବଡ଼ ବଡ଼ ଅଫିସର ଓ ରାଜନେତା ମାନଙ୍କୁ କିନ୍ତୁ ସମସ୍ତେ ଆଶ୍ଵାସନା ଦେଇଛନ୍ତି ଓ କହିଛନ୍ତି ଚିନ୍ତା କରନି ନିଶ୍ଚୟ ଦିଆ ଯିବ। ଅପେକ୍ଷା କର । ସେମିତି ଅପେକ୍ଷା ରତ ଜୀବନ ବିତାଇ ମରଣ ମୁହଁକୁ ଠେଲି ହେଉଛନ୍ତି ସାଗର । କେବେ ଆସିବ ଆବାସ ଘର , କେବେ ନିର୍ମାଣ ହେବ। କେବେ ଛାତ ତଳେ ଜୀବନ କାଟିବେ ସାଗର ଏଇମିତି ଢେର ପ୍ରଶ୍ନ ଅଙ୍କୁରିତ ହେଉଛି ସାଗରଙ୍କ ମନରେ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର