Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚିନ୍ତା ବଢାଇଲା ୨୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଚିନ୍ତା ବଢାଇଲା ୨୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଅର୍ଗସ ବ୍ୟୁରୋ:  ଜୁନ୍ ସରିବାକୁ ବସିଲାଣି । ହେଲେ ବର୍ଷାର ନାହିଁ ଦେଖା । ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ସ୍ବାଭାବିକ ଭାବେ ୮୩.୬ ମିମି ବର୍ଷା ହେବା କଥା । ମାତ୍ର ସେହି ଅନୁଯାୟୀ ବର୍ଷା ହୋଇପାରି ନାହିଁ । ୨1ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ 4 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଅତି ଉତ୍କଟ ରହିଛି । ପୁରୀରେ ସର୍ବାଧିକ ୭୧% ନିଅଣ୍ଟିଆ ହୋଇଥିବାବେଳେ ମୟୂରଭଞ୍ଜରେ ୬୮%, ବାଲେଶ୍ବରରେ ୬୩%, ବଲାଙ୍ଗୀରରେ ୬୧% ନିଅଣ୍ଟିଆ ରେକର୍ଡ ହୋଇଛି । 5ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ।

ସେପଟେ ମୌସୁମୀର ଲୁଚକାଳି ଖେଳ ଭିତରେ ହନ୍ତସନ୍ତ ଚାଷୀ।ଆକାଶରେ କଳାହାଣ୍ଡିଆ ମେଘ ଦିଶୁଛି, ହେଲେ ବର୍ଷାର ନାହିଁ ଦେଖା । ଏତେବେଳକୁ ଧାନ ବୁଣିବା ସାଙ୍ଗକୁ ତଳି ପକାଇ ରୁଆ ବେଉଷଣ ପାଇଁ ପ୍ରସ୍ତୁତ ହୋଇଥାଏ । ହେଲେ ଚଳିତ ବର୍ଷ ଧାନ ବୁଣା ତ ଦୂରର କଥା ନିଜ ଜମିକୁ ବି ପ୍ରସ୍ତୁତ କରିପାରୁନାହିଁ ଚାଷୀ ।
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସି ସହ ବଙ୍ଗୋମୁଣ୍ଡା, ମୁରିବାହାଲ ଓ ତୁରେକେଲା ବ୍ଲକରେ ଚାଷ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଛି । ବର୍ଷା ଅଭାବରୁ ହାତ ବାନ୍ଧି ବସିଛି ଚାଷୀ । ଚଳିତ ବର୍ଷ ସଠିକ୍ ସମୟରେ ମୌସୁମୀ ଆଗମନ ଦେଖି ଭଲ ଚାଷ ହେବା ନେଇ ଆଶା ବାନ୍ଧିଥିଲା ଚଷା ପୁଅ । ହେଲେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀଙ୍କୁ ଘାରିଲାଣି ଗଜା ମରୁଡି ଡର ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Light rains in 21 districts raised concern | Argus News