Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News -  ରାଜ୍ୟରେ ୨ ଦିନ ହାଲୁକାରୁ ମଧ୍ୟମ ଧରଣର କୁହୁଡି 

Odisha

 ରାଜ୍ୟରେ ୨ ଦିନ ହାଲୁକାରୁ ମଧ୍ୟମ ଧରଣର କୁହୁଡି 

Manini Pattanayak
Browse all articles by Manini Pattanayak
·2 years ago·1 min read
 ରାଜ୍ୟରେ ୨ ଦିନ ହାଲୁକାରୁ ମଧ୍ୟମ ଧରଣର କୁହୁଡି 

ଭୁବନେଶ୍ୱର:  ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ପ୍ରକ୍ରିୟାର ପ୍ରଭାବ ନାହିଁ ଆଗାମୀ ୬ ରୁ ୭ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଉପକୂଳ ଓ ତାର ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆଗାମୀ ୨ ଦିନ ହାଲୁକାରୁ ମଧ୍ୟମ ଧରଣର କୁହୁଡି ରହିବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଉଭୟ ଦିନ ଏବଂ ରାତ୍ରି ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି।

ମୁଖ୍ୟତଃ ଭାବେ ରାତ୍ରି ତାପମାତ୍ରା ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ଆଜି ଭୁବନେଶ୍ଵରରେ ଦିନ ତାପମାତ୍ରା ୩୩ ରୁ ୩୪ ଡିଗ୍ରୀ ମଧ୍ୟରେ ରହିବା ସହ ଆକାଶ ନିର୍ମଳ ରହିବ। ଗତ ୨୪ ଘଣ୍ଟାରେ ମୟୁରଭଞ୍ଜ,ବାଲେଶ୍ଵର, କେଉଁଝର ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି।ସର୍ବାଧିକ ବର୍ଷା ମୟୂରଭଞ୍ଜ ର ରାଇରଙ୍ଗପୁର ଠାରେ ୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ସେହିଭଳି ସର୍ବୋଚ୍ଚ ଦିନ ତାପମାତ୍ରା ନୟାଗଡ଼ ରେ ୩୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Light to moderate fog in the state for 2 days | Argus News