Videos
|
Odisha

Two Die In Electrocution / ଝଡ଼ ବର୍ଷା ସାଜିଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ଦୁଇ ଯାଆଙ୍କ ଜୀବନ

Bikash Mohanty
Browse all articles by Bikash Mohanty
·3 months ago·2 min read
ଝଡ଼ ବର୍ଷା ସାଜିଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ଦୁଇ ଯାଆଙ୍କ ଜୀବନ
Electrocution

Key Points

ବିଦ୍ୟୁତ ଆଘାତରେ ଦୁଇ ଯାଆ ମୃତ
ଢେଙ୍କାନାଳ ଜିଲ୍ଲା ବାଲିମିରେ ଅଘଟଣ
ମୃତକ ହେଲେ ରଞ୍ଜୁ ଦେହୁରୀ ଓ ମନୀଷା ଦେହୁରୀ 

ହିନ୍ଦୋଳ,୧୭/୦୬: ବିଦ୍ୟୁତ ଆଘାତରେ ଦୁଇ ଯାଆ ମୃତ। ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ରଂଜାଗୋଳ ଗାଁ ତଆଁଳା ସାହିରେ ବଡ଼ ଅଘଟଣ। କରେଣ୍ଟ ଲାଗି ଦୁଇ ଯାଆଙ୍କ ଜୀବନ ଚାଲି ଯାଇଛି । ମୃତକ ହେଲେ ବିଭୁତି ଦେହୁରୀଙ୍କ ପତ୍ନୀ ରଞ୍ଜୁ ଦେହୁରୀ ଓ ଗୌର ଦେହୁରୀଙ୍କ ପତ୍ନୀ ମନୀଷା ଦେହୁରୀ ।

ଖବର ଅନୁଯାୟୀ, ଗତ ରାତିରେ ଝଡ଼ ବର୍ଷା ଯୋଗୁଁ ତାଙ୍କ ଘରର ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ତାର ଛିଣ୍ଡି ଯାଇଥିବାରୁ କରେଣ୍ଟ ଲାଗିଥିଲା । ଭୋର ସମୟରେ ସାନ ଯା'ଆ ମନୀଷା ରୋଷେଇ କରିବାକୁ ଯିବାବେଳେ ରୋଷେଇ ଘର ପାଖରେ ପଡିଥିବା ଛିଣ୍ଡା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତାଙ୍କ ଚିତ୍କାର ଶୁଣି ବଡ଼ ଯା'ଆ ରଂଜୁ ଦେହୁରୀ ରକ୍ଷା କରିବାକୁ ଆସିଥିଲେ । ଜଣେ ଅନ୍ୟ ଜଣଙ୍କୁ ରକ୍ଷା କରିବାକୁ ଯାଇ ଚାଲିଗଲା ଉଭୟଙ୍କ ଜୀବନ।

ସେପଟେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ହିନ୍ଦୋଳ ଉପଖଣ୍ଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ୨ ଯାଆଙ୍କୁ ମୃତ ଘୋଷଣା କରିଥିଲେ । ବୁଧବାର ଭୋର ପ୍ରାୟ ସାଢ଼େ ୪ଟା ସମୟରେ ରଂଜାଗୋଳ ତଆଁଳା ସାହିରେ ଘଟିଛି ଏହି ଅଘଟଣ । ଘଟଣା ପରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି।

ପଢନ୍ତୁ ଏହି ଖବର:ଅଶୁଭ ମଙ୍ଗଳବାର; ବିଭିନ୍ନ ସ୍ଥାନରେ ଦୁର୍ଘଟଣା, ଭାଇ-ଭଉଣୀଙ୍କ ସହ ୮ ମୃତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ଏକାଧିକଙ୍କ ପ୍ରାଣହାନୀ ହୋଇଛି। ଗତକାଲି ଗଞ୍ଜାମ ଜିଲ୍ଲା ଶେରଗଡ଼, ଦିଗପହଣ୍ଡି ଥାନା ବି.ତୁରୁବୁଡ଼ି ଏବଂ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି ଅଘଟଣ। ଶେରଗଡ଼ ବ୍ଲକ ଲାଞ୍ଜିଆପଲ୍ଲି ଗାଁର ୩୧ ବର୍ଷୀୟ ମୁରଲୀ ସ୍ୱାଇଁ ଜମିକୁ କାମକୁ ଯାଇଥିବା ବେଳେ ବଜ୍ରଘାତର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ।

ସେହିପରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବି.ତୁରୁବୁଡ଼ି ପଞ୍ଚାୟତ ଦଶୀପୁର ଗାଁରେ କେ.ସହଦେବ ରେଡ୍ଡୀଙ୍କ ପୁଅ କାହ୍ନା ରେଡ୍ଡୀଙ୍କ ଜୀବନ ଯାଇଛି। ସାଙ୍ଗ ମାନଙ୍କ ସହିତ ଘର ବାରିପଟ ଏକ ପଡ଼ିଆରେ କ୍ରିକେଟ ଖେଳୁଥିବା ବେଳେ ବିଜୁଳି ମାରିବାରୁ ପ୍ରାଣହାନୀ ହୋଇଛି। ଅପରପକ୍ଷେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗୋରଡିଆ ଗାଁରେ ସୁଶାନ୍ତ କୁମାର ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ବି ମୃତ୍ୟୁ ହୋଇଛି ବଜ୍ରାଘାତରେ। ବିଲକୁ କାମ ପାଇଁ ଯାଇଥିବା ବେଳେ ସେ ମଧ୍ୟ ବଜ୍ରାଘାତର ଶିକାର ହୋଇଥିବା କୁହାଯାଉଛି।


ସେପଟେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ହିନ୍ଦୋଳ ଉପଖଣ୍ଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ୨ ଯାଆଙ୍କୁ ମୃତ ଘୋଷଣା କରିଥିଲେ । ବୁଧବାର ଭୋର ପ୍ରାୟ ସାଢ଼େ ୪ଟା ସମୟରେ ରଂଜାଗୋଳ ତଆଁଳା ସାହିରେ ଘଟିଛି ଏହି ଅଘଟଣ । ଘଟଣା ପରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି।