Road Accident / ଅଶୁଭ ମଙ୍ଗଳବାର; ବିଭିନ୍ନ ସ୍ଥାନରେ ଦୁର୍ଘଟଣା, ଭାଇ-ଭଉଣୀଙ୍କ ସହ ୮ ମୃତ
·1 hour ago·2 min read

Key Points
ଶେଷ ରଜରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । କିଏ ସ୍ଵାମୀଙ୍କୁ ହରାଇଛି ତ ଆଉ କିଏ ପୁଅକୁ । ରଜ ଉତ୍ସବର ଆନନ୍ଦ ଭିତରେ ପରିବାର ଉପରେ ଦୁଃଖର ପାହାଡ଼଼ ଭାଙ୍ଗି ପଡ଼ିଛି ।
ଭୁବନେଶ୍ଵର: ଶେଷ ରଜରେ ଶେଷ ନିଃଶ୍ଵାସ । ଦୁର୍ଘଟଣାରେ ଚାଲିଗଲା ୮ ଜଣଙ୍କ ପ୍ରାଣ । ଅଶୁଭ ପାଲଟିଲା ମଙ୍ଗଳବାର । ଶେଷ ରଜରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । କିଏ ସ୍ଵାମୀଙ୍କୁ ହରାଇଛି ତ ଆଉ କିଏ ପୁଅକୁ । ରଜ ଉତ୍ସବର ଆନନ୍ଦ ଭିତରେ ପରିବାର ଉପରେ ଦୁଃଖର ପାହାଡ଼଼ ଭାଙ୍ଗି ପଡ଼ିଛି ।
ପୁଅ ବ୍ରତ ଘର ପୂର୍ବରୁ ଉଠିଲା ବାପାର କୋକେଇ
ଢେଙ୍କନାଳ ଜିଲ୍ଲା ଭୁବନ ଥାନା ବାଉଁଶକଣ ଦେଇ ଯାଇଥିବା ଜାତୀୟ ରାଜପଥ-୫୩ରେ ଦୁର୍ଘଟଣା ଘଟିଛି । ଅଜଣା ଗାଡ଼ି ଧକ୍କାରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ବାଉଁଶକଣ ଗାଁର ସୁଶାନ୍ତ ତ୍ରିପାଠୀ ଓ ପୁଷ୍ପାଞ୍ଜଳୀ ତ୍ରିପାଠୀ । ପୁତୁରାର ବ୍ରତ ଘର ପାଇଁ ପୁଷ୍ପାଞ୍ଜଳୀ ଭାଇ ସୁଶାନ୍ତଙ୍କ ସହ ମାର୍କେଟିଂ ପାଇଁ ଯିବା ବେଳେ ଅଜଣା ଗାଡ଼ି ଧକ୍କାରେ ଉଭୟଙ୍କର ମୃତ୍ୟୁ ହୋଇଛି ।
ଏଥିସହ ପଢ଼ନ୍ତୁ: ଗୋଟିଏ ଦିନରେ ଏକାଧିକ ଦୁର୍ଘଟଣା: ଗଲା ଅନେକ ଜୀବନ
୨ ବାଇକ୍ ମୁହାଁମୁହିଁ, ୨ ମୃତ
ସେପଟେ ଆନନ୍ଦପୁରରେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ରାଜପଥ-୫୩ ବଞ୍ଚୋ ଛକରେ ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ୨ ମୃତକ ଆଗରପଡ଼ା ଥାନା ଗୋପୀନାଥପୁର ଅଞ୍ଚଳର ।
ଟ୍ରକ୍ ନେଇଗଲା ୨ ଜୀବନ
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶେରଗଡ଼ ଗାଁ ନିକଟସ୍ଥ ତାରିଣୀ ମନ୍ଦିର ବୁଲାଣିରେ ଦୁର୍ଘଟଣା ହୋଇଛି । ବାଇକ୍ରେ ଫେରୁଥିବା ବେଳେ ଟ୍ରକ୍ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ପାଇକ ସଡେଲ ଗାଁର ରାକେଶ ପରଭୋଏ ଓ ରାମୁଡ଼ ଗାଁର ବୁଲୁ ରଣା । ଅନ୍ୟ ଜଣେ ଆହତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ଏଥିସହ ପଢ଼ନ୍ତୁ: ରଜରେ ରାଜଧାନୀରେ ସିରିଜ୍ ଦୁର୍ଘଟଣା; ଚା' ପିଉଥିବା ବେଳେ ଚାଲିଗଲା ୨ ଜଣଙ୍କ ଜୀବନ
NH-୫୫ରେ ଗଡ଼ିଲା ୨ ମୁଣ୍ଡ
ସେପଟେ ଜାତୀୟ ରାଜପଥ ୫୫ରେ ମଧ୍ୟ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲା ଖୁଣ୍ଟୁଣିରେ ଦୁଇଟି ପୃଥକ ଦୁର୍ଘଟଣାରେ ୨ ଜଣ ଆଖି ବୁଜିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ କେନ୍ଦ୍ରାପଡ଼ାର ପ୍ରିୟନାଥ ଦାସଙ୍କ ପୁଅ ପ୍ରତୀକ ଦାସ । ଅନ୍ୟଜଣେ ଢେଙ୍କାନାଳ ରେଗେଡାର ପୀତବାସ ନାଏକଙ୍କ ପୁଅ ବିଳାସ ନାଏକ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories