Videos
|
Odisha

ସ୍କୁଲରେ ବଜ୍ରପାତ: ଅଳ୍ପକେ ବର୍ତ୍ତିଲେ ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

Ritu Das
Browse all articles by Ritu Das
·1 year ago·1 min read
ସ୍କୁଲରେ ବଜ୍ରପାତ: ଅଳ୍ପକେ ବର୍ତ୍ତିଲେ ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ: ଆଠଗଡ଼ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଭୋଗରା ପଞ୍ଚାୟତ ତୋଟାପଡା ପ୍ରାଥମିକ ବିଦ୍ୟାଳୟରେ  ବଜ୍ରପାତରେ ଜଳିଗଲା ସ୍କୁଲର ବିଭିନ୍ନ ଆସବାବପତ୍ର ଭାଙ୍ଗିଲା କାନ୍ଥ ଜଣେ ପାଚିକା ଗୁରୁତର ହୋଇ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅଳ୍ପକେ ବର୍ତ୍ତିଲେ ୨୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ। ଆଜି ଦ୍ବିପହରରେ ଆଠଗଡ଼ ଅଞ୍ଚଳରେ  ହଠାତ ବର୍ଷା ପବନ ସହିତ ଘଡଘଡି  ଦେଖିବାକୁ ମିଳିଥିଲା। 

ତେବେ ବଜ୍ରପାତରେ ତୋଟାପଡା ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ପାଠ ପଢୁଥିବା ସମୟରେ ବଜ୍ରପାତ ହେବାରୁ ସ୍କୁଲର ବିଦ୍ୟୁତ ତାର ଗୁଡିକ ଜଳିଯିବା ସହିତ ସ୍କୁଲର କାନ୍ଥ ଭାଙ୍ଗି ଯାଇଥିବା ବେଳେ ସ୍କୁଲରେ ପାଚିକା କାର୍ଯ୍ୟ କରୁଥିବା ଶାନ୍ତିଲତା ମହାନ୍ତି ଆହତ ହୋଇ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୨୦ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି। ଅନ୍ୟପଟେ ଦୀର୍ଘଦିନ ଧରି ଭଙ୍ଗା ଦଦରା ଘରେ ପାଠ ପଢା ଯାଉଥିବା ବେଳେ ବାରମ୍ବାର ଜଣାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ଫଳରେ ଗ୍ରାମବାସୀମାନେ ୬୫ ନମ୍ବର ରାଜ୍ୟ ରାଜପଥ ତୋଟାପଡା ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Lightning struck | Argus News