Videos
|
Odisha

ବିଲଉଡ ସେଲିବ୍ରିଟି ଶିଳ୍ପା ସେଟ୍ଟି ମନ୍ଦିର ଭିତରେ ବୁଲୁଥିବାର ଭିଡିଓ ଭାଇରାଲ୍

Smruti Parija
Browse all articles by Smruti Parija
·1 year ago·1 min read
ବିଲଉଡ ସେଲିବ୍ରିଟି ଶିଳ୍ପା ସେଟ୍ଟି ମନ୍ଦିର ଭିତରେ ବୁଲୁଥିବାର ଭିଡିଓ ଭାଇରାଲ୍

ଭୁବନେଶ୍ୱର:  ଲିଙ୍ଗରାଜ ମନ୍ଦିର ଭିତରୁ ଭିଡିଓ ଭାଇରାଲ ଘଟଣା । ମନ୍ଦିର ସୁରକ୍ଷା ଦିଗରେ ଉଠିଲା ପ୍ରଶ୍ନ । ଗତକାଲି ବଲିଉଡ ସେଲିବ୍ରିଟି ଶିଳ୍ପା ସେଟ୍ଟି ମନ୍ଦିର ଦର୍ଶନ କରିବାକୁ ଆସିଥିବା ବେଳେ, ମନ୍ଦିର ସୁପରଭାଇଜର ରାଜ କିଶୋର ମହାପାତ୍ର ନିଜେ ମନ୍ଦିର ଭିତରେ ବୁଲି ବୁଲି ଶିଳ୍ପା ସେଟ୍ଟିଙ୍କୁ ମନ୍ଦିର ଦର୍ଶନ କରାଇଥିଲେ । ଯାହାର ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି । ଏହାକୁ ନେଇ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ । ଏମିତି ଘଟଣା ହେବା କଥା ନୁହେଁ । ସେଲିବ୍ରିଟି ମାନେ ଜାଣି ନ ଥାଇ ପାରନ୍ତି, କିନ୍ତୁ ମନ୍ଦିର ସେବାୟତ ମାନେ ସଚେତନ କରେଇବା କଥା କାହିଁକି କରେଇ ନାହାନ୍ତି ଅନୁଧ୍ୟାନ କରାଯିବ । ମନ୍ଦିର ପ୍ରଶାସନ ଉତ୍ତରଦାୟୀ ରହିବ । ଦୋଷୀ ଯିଏ ତା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
shilpa-sethy's-photo-at-lingaraj-temple-goes-video-viral | Argus News