Videos
|
Odisha

ଏଯାଏଁ ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ମନ୍ତ୍ର ଦେଲେ ପ୍ରଭାତୀ

Smruti Parija
Browse all articles by Smruti Parija
·1 year ago·1 min read
ଏଯାଏଁ ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ମନ୍ତ୍ର ଦେଲେ ପ୍ରଭାତୀ

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ 2 ଲକ୍ଷ 67 ହଜାର ରିଜେକ୍ସନ ତାଲିକା ବିଭିନ୍ନ ବ୍ଲକକୁ ଯାଇଛି ।  5 ଲକ୍ଷ ପାଖାପାଖି ତଥ୍ୟ ଅଛି ଯାହାର ବ୍ୟାଙ୍କ ଆକାଉଣ୍ଟ , ଆଧାର ଓ ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନଥିବାରୁ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେଉଛନ୍ତି । ସମସ୍ତଙ୍କୁ ଅନୁରୋଧ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡନ୍ତୁ  । 24 ତାରିଖରେ ଯେଉଁମାନେ ବଞ୍ଚିତ ହେବେ ପୁନଃ ତଦନ୍ତ କରି ସେମାନଙ୍କୁ ସାମିଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିମାପଡା ଗସ୍ତ ବେଳେ ସୂଚନା ଦେଇଛନ୍ତି ।

ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡ଼ନ୍ତୁ । ୨୪ ତାରିଖରେ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ମିଳିଯିବା କଥା । କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁ ଗାଁକୁ ଯିବ ଟିମ୍‌ । ଅଙ୍ଗନବାଡ଼ି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ କରିବେ ବୋଲି କହିଛନ୍ତି ପ୍ରଭାତୀ ପରିଡା । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
link one mobile number to one account-then-only-you-can-get-subhadra-money | Argus News