Videos
|
Odisha

ସରକାରୀ ପଞ୍ଝାରେ ମଦ ମାଫିଆ

Manini Pattanayak
Browse all articles by Manini Pattanayak
·2 years ago·1 min read
ସରକାରୀ ପଞ୍ଝାରେ ମଦ ମାଫିଆ

ସୁନ୍ଦରଗଡ: ସରକାରୀ ପଞ୍ଝାରେ ମଦ ମାଫିଆ। ସୁନ୍ଦରଗଡ଼ ବଣେଇରେ ବିଦେଶି ଦୋକାନରେ ଭେଜାଲ ମଦ କାରବାରର ପର୍ଦ୍ଦାପାଶ୍। ପ୍ରଚୁର ନକଲି ମଦ ଜବତ କରିବା ସହ ନଅ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଅଭିଯୋଗ ହୋଇଛି ଏଇ ନକଲି ମଦ କାରବାର ପଛରେ ସ୍ଥାନୀୟ ଖଣି ବେପାରୀ ତଥା ବିଜେଡି ନେତା ଦେବ ନାରାୟଣ ସାହୁ ଓରଫ୍ ଡବ୍ଲୁ। ଡବ୍ଲୁ ନିଜ ଭାଇ ନାଁରେ ମଦ ଦୋକାୱ ଲାଇସେନସ ନେଇ ନକଲି ମଦ ବେପାର କରୁଥିବାର ସାଂଘାତିକ ଅଭିଯୋଗ ହୋଇଛି। କୋଇଡା ବ୍ଲକରେ ଥିବା ବିଦେଶୀ ମଦ ବାର ପଞ୍ଜିକୃତ କରି ଡବ୍ଲୁ ଖୁଲମ୍ ଖୁଲା ଦେଶୀ ମଦ ବିକୁଥିବାର ଅଭିଯୋଗ ହୋଇଛି।

ଗତ 24 ତାରିଖରେ ଅଚାନକ ଏକ ଅବକାରୀ ବିଭାଗର ଟିମ୍  କୋଇଡ଼ା ବ୍ଲକର  ଫକିରମୁଣ୍ଡା ଗାଁରେ ଭେଜାଲ ମଦ କାରଖାନା ଉପରେ ରେଡ କରି ବିପୁଳ ପରିମାଣର ମଦ ଜବତ କରିଥିଲା। ପୂର୍ବରୁ ବିଭିନ୍ନ ସମୟରେ ବିବାଦ ଘେରକୁ ଆସିଥିଲେ ଡବ୍ଲୁ। ବେଆଇନ ଖଣି କାରବାରରେ ଡବ୍ଲୁ ସଂପୃକ୍ତ ଥିବବାର ଅଭିଯୋଗ ହୋଇଥିଲା। ବେଆଇନ ଖଣି ଓ ମଦ କାରବାରରୁ ଚାନ୍ଦା ଯାଉଥିଲା ବିଜେଡି ନେତାଙ୍କ ପାଖକୁ। ପୂର୍ବରୁ କୋଇଡ଼ା ଅଞ୍ଚଳରେ କ୍ରସର କରି ବେଧଡ଼କ ଖଣିଚୋରିରେ ଡବ୍ଲୁ ଲିପ୍ତ ଥିବା ଅଭିଯୋଗ ହୋଇଥିଲା । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Liquor mafia in government focus | Argus News