Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସମ୍ପୂର୍ଣ୍ଣ ବନ୍ଦ ହେବ ଚୋରା ମଦ କାରବାର

Odisha

ସମ୍ପୂର୍ଣ୍ଣ ବନ୍ଦ ହେବ ଚୋରା ମଦ କାରବାର

Manini Pattanayak
Browse all articles by Manini Pattanayak
·1 year ago·2 min read
ସମ୍ପୂର୍ଣ୍ଣ ବନ୍ଦ ହେବ ଚୋରା ମଦ କାରବାର

ଭୁବନେଶ୍ୱର:  ଓଡ଼ିଶାରେ କମିବ ମଦ ବିକ୍ରି । ରାଜ୍ୟରେ ମଦ୍ୟପାନ ଏବଂ ମଦ ବିକ୍ରି କମାଇବା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ଆଉ ଖୋଲିବ ନାହିଁ ନୂଆ ମଦ ଦୋକାନ । ଯେଉଁ ମଦ ନୀତି ଥିଲା ତାକୁ ସାବଲୀଳ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ପୂର୍ବ ବିଜେଡି ସରକାର ସମୟରେ ଚୋରା ମଦ ବିକ୍ରିକୁ ଦିଆଯାଉଥିଲା ବ୍ୟାପକ ପ୍ରୋତ୍ସାହନ । ଏଠି ପ୍ରଶ୍ନ, ଚୋରା ମଦ ତିଆରି ଓ ବିକ୍ରି ପାଇଁ ପୂର୍ବ ସରକାରରେ କିଏ କରିଥିଲା ଗଳାବାଟ ?  ଓଡିଶା କମିବ ମଦ ବିକ୍ରି । ରାଜ୍ୟରେ ମଦ୍ୟପାନ ଏବଂ ମଦ ବିକ୍ରି କମାଇବା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଓଡିଶାରେ ଆଉ ଖୋଲିବ ନାହିଁ ନୂଆ ମଦ ଦୋକାନ । ଯେଉଁ ମଦ ନୀତି ଥିଲା ତାକୁ ସାବଲୀଳ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ଏହାସହ ଚୋରା ମଦ ବିକ୍ରି ବନ୍ଦ କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି ମୋହନ ସରକାର । ଅଗଷ୍ଟ ୩୧ ପରେ ଆସିପାରେ ନୂଆ ଅବକାରୀ ନୀତି । ଯାହାକି ୭ରୁ ୮ ମାସ ପାଇଁ କାର୍ଯ୍ୟକାରୀ ହେବ । ତେବେ ଆସନ୍ତା ବର୍ଷ ଆସୁଥିବା ନୂଆ ଅବକାରୀ ନୀତିରେ ହେବ ଆମୂଳଚୂଳ ପରିବର୍ତ୍ତନ । ସାବାଡ ହେବ ଚୋରା ମଦ ବେପାରୀ । ନୂଆ ଅବକାରୀ ନୀତି ଆସିଲେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ ଏବଂ  ଚୋରା ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେବ । 

ସେପଟେ ପୂର୍ବ ବିଜେଡି ସରକାର ସମୟରେ ଓଡିଶାରେ ମଦକୁ ପ୍ରୋତ୍ସାହନ ଦିଆଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ଅବକାରୀ କମିଶନର ସୁଦର୍ଶନ ନାୟକ । ମଦ ପ୍ରୋତ୍ସାହନ ନୀତି ପାଲଟିଥିଲା ମଦ ନୀତି । ବିଜେଡ଼ି ସରକାର ସମୟରେ ଗାଁ ଗାଁରେ ଗଢି ଉଠିଥିଲା ବେଆଇନ ମଦ ଭାଟି । ନିର୍ବାଚନ ସମୟରେ ମଦ ବାଣ୍ଟି ଭୋଟ ବ୍ୟାଙ୍କ ଯୋଗାଡ଼ କରୁଥିଲା ବିଜେଡ଼ି । ନିର୍ଦ୍ଦିଷ୍ଟ ମଦ ମାଫିଆଙ୍କୁ ମିଳୁଥିଲା ମଦ ଲାଇସେନସ । ଗତ ନଭେମ୍ବର ମାସରେ ମଦ ବେପାରୀ ଧୀରଜ ସାହୁଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜବତ କରିଥିଲା ଆୟକର ବିଭାଗ । ସେହିଭଳି ଟିଟଲାଗଡ଼ର ସାହୁ ବ୍ରଦର୍ସର ବି ଆସିଥିଲେ ବିବାଦକୁ । ଗୋଟିଏ ଗୋଟିଏ ମଦ ବେପାରୀ ଅନେକ କୋଚିଆ ବା ଛୋଟ ମଦ ଦୋକାନୀ ନିୟୋଜିତ କରିଥିଲେ । ଯାହାଦ୍ଵାରା ଲାଇସେନ୍ସ ମିଳିଥିବା ସ୍ଥାନ ସହ ଆଖପାଖ ଅଞ୍ଚଳରେ ମଧ୍ୟ ବ୍ୟାପକ ମଦ ବିକ୍ରି କରୁଥିଲେ । ଯାହାଦ୍ଵାରା ଓଡିଶାରେ ଏବେ ୩୦ ପ୍ରତିଶତ ଲୋକ ମଦ୍ୟପାନ କରୁଛନ୍ତି ବୋଲି ତଥ୍ୟ କହୁଛି। ଯାହାକି ଚିନ୍ତାର ବିଷୟ ।  ରାଜସ୍ଵ ଆଦାୟ ନାଁରେ ଦଳୀୟ ପାଣ୍ଠି ପାଇଁ  ଅବକାରୀ ଟିକସ ଉପରେ ନିର୍ଭରଶୀଳ ଥିଲେ ପୂର୍ବ ବିଜେଡ଼ି ସରକାର । ହେଲେ ଏଥର ନୂଆ ସରକାର ନୂଆ ଅବକାରୀ ନୀତିରେ ବ୍ୟାପକ ପରିବର୍ତ୍ତନ କରିବା ସହ ମଦ ବିକ୍ରି କମାଇବା ପାଇଁ ଯୋଜନା କରୁଛନ୍ତି ।   

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Liquor sales will decrease in Odisha. The state government has taken a big decision to reduce the sale of alcohol and liquor in the state. | Argus News