ଗାଁ ଗାଁରେ ବନ୍ଦ ହେବ ଦେଶୀ ମଦର ବନ୍ୟା

Key Points
- ରାଜ୍ୟରେ ଲାଗୁ ହେଲା ନୂଆ ଅବକାରୀ ନୀତି
- ଗାଁ ଗାଁରେ ବନ୍ଦ ହେବ ଦେଶୀ ମଦର ବନ୍ୟା
- ବିଜେଡି ନେତାଙ୍କ ପକେଟକୁ ଯାଉଥିଲା ଟଙ୍କା
- ନିଶା ସେବନ ବିରୋଧରେ ସଚେତନତା ପାଇଁ ବଡ଼ ପଦକ୍ଷେପ
- ଶହେ କୋଟିର ସ୍ବତନ୍ତ୍ର ଫଣ୍ଡ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର
- ବାର୍ ରେ କେବଳ ସଙ୍ଗୀତ ପରିବେଷଣକୁ ଅନୁମତି, ଡ୍ୟାନ୍ସ ଉପରେ ରୋକ୍
ଅର୍ଗସ ବ୍ୟୁରୋ: ରାଜ୍ୟ ଅବକାରୀ ନୀତିରେ ସଂସ୍କାର । ରାଜ୍ୟରେ ଚୋରା ଓ ବେଆଇନ ମଦ କାରବାର ଉପରେ ରୋକ୍ ଲଗାଇବାକୁ ମୋହନ ସରକାରଙ୍କ ବଡ଼ ପଦକ୍ଷେପ । ଆଜିଠୁ ରାଜ୍ୟରେ ନୂଆ ଅବକାରୀ ନୀତି ହେବା ସହ ନିଶା ନିବାରଣ ପାଇଁ ଲୋକଙ୍କୁ ସଚେତନ କରିବାକୁ ଶହେ କୋଟିର ସ୍ବତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ ମଦ ଦୋକାନ ଖୋଲିବ ନାହିଁ । ବେଆଇନ ମଦ ବେପାରୀଙ୍କୁ ସାବାଡ଼ କରିବାକୁ ରାଜ୍ୟର 16ଟି ଜିଲ୍ଲାରେ 25ଟି ନୂଆ ଅବକାରୀ ଥାନା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ବିଜେଡି ସରକାରରେ ସାରା ରାଜ୍ୟରେ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରିକୁ ମିଳୁଥିଲା ପ୍ରୋତ୍ସାହନ । ବେଆଇନ ମଦ କାରବାର ପାଇଁ ବଳ ଯୋଗାଉଥିଲେ ବିଜେଡି ନେତା । ଗାଁରେ ଦେଶୀ ମଦର ବନ୍ୟା ହେଉଥିଲା, ଯାହା ସାଜିଥିଲା ବିଜେଡି ନେତାଙ୍କ ହାତପାଣ୍ଠି । ବିଷାକ୍ତ ମଦ ପିଇ ଲୋକଙ୍କ କିଡନୀ ନଷ୍ଟ ହେଉଥିଲା ତ କେଉଁଠି ତିଆରି ହୋଉଥିଲା ବିଧବା ଉପତ୍ୟକା । ଗତ 30 ବର୍ଷରେ ବିଷାକ୍ତ ମଦ ନେଇଛି 231 ଜୀବନ । ମଦ ମୃତ୍ୟୁର ସଦ୍ୟତମ ଉଦାହରଣ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ୍ । ମାଇନ୍ଦପୁର ଗାଁରେ ବିଷାକ୍ତ ମଦ ତିନି ଜଣଙ୍କ ଜୀବନ ନେଇଛି । ଅନ୍ୟ 12 ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେବଳ ଗଞ୍ଜାମ ଜିଲ୍ଲାରେ ଗତ 30 ବର୍ଷରେ ବିଷାକ୍ତ ମଦ ପିଇ 53 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ନୂଆ ଅବକାରୀ ନୀତିରେ ନିୟମ ହୋଇଛି ସରକାରଙ୍କ ବିନା ଅନୁମତିରେ ଭାଙ୍ଗ, ତାଡ଼ି ଓ ପୋଚ ମଧ୍ୟ ବିକ୍ରି ହୋଇପାରିବ ନାହିଁ ।
ମଦ ମାଫିଆ ଓ ବେଆଇନ ମଦ ବେପାରୀଙ୍କ କଳା ସାମ୍ରାଜ୍ୟ ଉପରେ ଚାଲିଛି ମୋହନ ସରକାରଙ୍କ ବୁଲଡୋଜର । ଗତ 12 ଦିନ ମଧ୍ୟରେ 1 ଲକ୍ଷ 48ହଜାର 225 ଲିଟର ବେଆଇନ ମଦ ଓ 13 ଲକ୍ଷ 69 ହଜାର 380 କେଜି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ । ଗିରଫ ହୋଇଛନ୍ତି 1 ହଜାର 607 ଜଣ ମଦ ମାଫିଆ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: