Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Liquor in Tetra Pack / କାଚ ବୋତଲ ନୁହେଁ ଟେଟ୍ରା ପ୍ୟାକରେ ମିଳିବ ମଦ,ଇକୋ-ରିଟ୍ରିଟରେ ମଦ ବିକିବାକୁ ଲାଇସେନ୍ସ ଦିଆଯିବ

Bikash Mohanty
Browse all articles by Bikash Mohanty
·3 months ago·2 min read
କାଚ ବୋତଲ ନୁହେଁ ଟେଟ୍ରା ପ୍ୟାକରେ ମିଳିବ ମଦ,ଇକୋ-ରିଟ୍ରିଟରେ ମଦ ବିକିବାକୁ ଲାଇସେନ୍ସ ଦିଆଯିବ
Liquor

Key Points

କାଚ ବୋତଲରେ ମିଳିବନି ମଦ
ଟେଟ୍ରା ପ୍ୟାକରେ ମିଳିବ ମଦ
ପୁରୀ ବେଳାଭୂମିରେ ଖୋଲିବନି ମଦ ଦୋକାନ

ଭୁବନେଶ୍ବର,୩/୪:ଏଣିକି ମଦ ଆଉ କାଚ ବୋତଲରେ ମିଳିବନି । ଟେଟ୍ରା ପ୍ୟାକରେ ମିଳିବ ମଦ। କାଚ, ବୋତଲ ବଦଳରେ ଟେଟ୍ରା ପ୍ୟାକ୍ ବ୍ୟବହାର କରାଯିବ। ଟେଟ୍ରା ପ୍ୟାକରେ 180 ମିଲି ଲିଟର ମଦ ମିଳିବ। ନୂଆ ଅବକାରୀ ନୀତିରେ ଟେଟ୍ରା ପ୍ୟାକ ବ୍ୟବହାର ନେଇ ଆସିଲା ଗାଇଡ଼ଲାଇନ । ଟେଟ୍ରା ପ୍ୟାକରେ ରହିବ 6 ସୁରକ୍ଷା ଲେୟାର। ଟେଟ୍ରା ପ୍ୟାକ ତିଆରି କରୁଥିବା ସଂସ୍ଥା Indian institute of packaging କିମ୍ଭା ସେଣ୍ଟ୍ରାଲ ଫୁଡ ଟେକନୋଲୋଜି ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟରର ସାର୍ଟିଫିକେଟ ଥିବା ଦରକାର । ପରିବେଶ ପ୍ରଦୂଷଣ ରୋକିବାକୁ ଟେଟ୍ରା ପ୍ୟାକରେ ମଦ ବିକିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଟେଟ୍ରା ପ୍ୟାକ୍‌ କହିଲେ କାଗଜ ପ୍ୟାକେଟ୍‌। ଯାହା କାଗଜ ବୋର୍ଡ, ପ୍ଲାଷ୍ଟିକ୍‌ ଓ ଆଲମିନିୟମ୍‌ ଫଏଲ୍‌କୁ ନେଇ ପ୍ରସ୍ତୁତ। ଫ୍ରୁଟି, ଜୁସ୍‌, ଦୁଗ୍ଧ ମିଳୁଥିବା କାଗଜ ପ୍ୟାକେଟ୍‌ ଭଳି ପ୍ୟାକେଟ୍‌ରେ ଏଣିକି ମଦ ମିଳିବ ।

ପୁରୀ ବେଳା ଭୂମିରେ ଖୋଲିବନି ମଦ ଦୋକାନ। କିନ୍ତୁ ଅନ୍ୟ ଅଞ୍ଚଳ ବେଳାଭୂମିରେ ମିଳିବ ଅନୁମତି। ମଦ ନୀତିରେ ସରକାର କହିଛନ୍ତି ଯେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା ଓଟିଡିସି ଏବଂ ଭାରତ ପର୍ଯ୍ୟଟନ ଉନ୍ନୟନ ନିଗମ ବା ଆଇଟିଡିସିକୁ ଲାଇସେନ୍ସ ଫି'ର ଅଧା ଦାମରେ ମଦ ଦୋକାନ ଦିଆଯିବ। ଓଟିଡିସିକୁ ଇକୋ- ରିଟ୍ରିଟ ସ୍ଥଳରେ ମଦ ବିକିବାକୁ ଅସ୍ଥାୟୀ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯିବ। ଏହାଛଡା ପର୍ଯ୍ୟଟନକୁ ପ୍ରୋତ୍ସାହିତ ବେଳାଭୂମିରେ ମଦ କୁଡିଆ ପାଇଁ ଅନୁମତି ମିଳିବ। ଓଟିଡିସି ସିଧାସଳଖ ମଦ କୁଡିଆ ଖୋଲି ମଦ ବିକ୍ରି କରିପାରିବ ନଚେତ ଆଉ କାହାରିକୁ ଏହି ମଦ କୁଡିଆ ଖୋଲି ଚଳାଇବାର ଦାୟିତ୍ଵ ମଧ୍ୟ ଦେଇ ପାରିବ । ବାର୍ଷିକ ଲାଇସେନ୍ସ ଫି' ୭୫ ହଜାର ଟଙ୍କା ମାତ୍ର ରହିବ। ମଦ କୁଡିଆ ଲାଇସେନ୍ସକୁ ସ୍ବତନ୍ତ୍ର ଭାବରେ 'ଅନ ରେଷ୍ଟୁରାଣ୍ଟ’ ବର୍ଗରେ ନିଆଯିବ। ଏଥିପାଇଁ ଆବଶ୍ୟକ ସମସ୍ତ ଭିଭିଭୂମି ଯଥା ବିଜୁଳି ସଂଯୋଗ, ପାଣି ସଂଯୋଗ, ବର୍ଜ୍ୟ ପରିଚାଳନା ଓଟିଡିସି କରିବ।

ପଢନ୍ତୁ ଏହି ଖବରରାଜଧାନୀରେ ବେପରୁଆ ଡ୍ୟାନ୍ସ ବାର୍, ମଦ ପିଇ ଯୁବକ ଯୁବତୀ ମାତାଲ

ରାଜ୍ୟରେ ଠିପି ଖୋଲା ଓ ଠିପି ବନ୍ଦ ମଦ କାଚ ବୋତଲରେ ବିକ୍ରୟ ହେଉଛି । ମଦ୍ୟପମାନେ ମଦ ପିଇ ପୋଖରୀ ଘାଟରେ, ନଦୀ ତୁଠରେ, ନାଳ ମାନଙ୍କରେ ମଦ ବୋତଲ ଭାଙ୍ଗି ପକାଉଛନ୍ତି । କାଚ ଗୁଡିକ ଚାଷ ବିଲକୁ ଫୋପାଡୁଛନ୍ତି । ଭଙ୍ଗା କାଚ ଗୋଡରେ ଲାଗି ଲୋକ ବିପଦ ଶଙ୍କୁଳରେ ପଡୁଛନ୍ତି । ସେହିପରି ନିଶାଗ୍ରସ୍ତ ବ୍ୟକ୍ତି କାଚ ବୋତଲରେ ସହଯୋଗୀ, ଆଖପାଖର ଲୋକଙ୍କୁ ଆକ୍ରମଣ କରିବାର ନଜିର ଓ ଅଭିଯୋଗ ମଧ୍ୟ ରହିଛି । ତେଣୁ କାଚ ବୋତଲ ପରିବର୍ତ୍ତେ ପ୍ଲାଷ୍ଟିକ ବୋତଲ କିମ୍ବା କ୍ଷତି କାରକ ନହେବା ଭଳି ଅନ୍ୟ କୌଣସି ବୋତଲ ବ୍ୟବହାର କରିବା ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଦାବି ହେଉଥିଲା । ମଦ ତିଆରି କରୁଥ‌ିବା ଶିଳ୍ପ ମାନଙ୍କୁ କାଚ ବଦଳରେ ଅନ୍ୟାନ୍ୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବେ କି ବୋଲି ବିଧାନସଭାରେ ପ୍ରଶ୍ନ କରିଥିଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ।
ବିଧାନସଭାରେ ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ "ଅବକାରୀ ନୀତି ଅନୁସାରେ କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାରକୁ ଅନୁମତି ଦିଆଯାଇଛି । ଯାହା ପରିବେଶ ସୁରକ୍ଷା ପାଇଁ ମଧ୍ୟ ଅନୁକୂଳ । ଏହା ସହିତ ପରିବେଶ ସୁରକ୍ଷାର ଦୃଷ୍ଟିକୋଣରୁ ସରକାର ସମସ୍ତ ସମ୍ପୃକ୍ତ ସଂସ୍ଥା ବା ବ୍ୟକ୍ତିମାନଙ୍କୁ କାଚ ବୋତଲର ପୁନଃବ୍ୟବହାର ପାଇଁ ଉତ୍ସାହିତ କରିଛନ୍ତି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Liquor in Tetra Pack | Liquor in Tetra Pack: A Sustainable Alternative to Glass Bottles | Argus News