କେନ୍ଦ୍ରାପଡ଼ାରେ ଗଳିଗଳିରେ ମଦ କାରବାର, ସୁରକ୍ଷାରେ ରାଜ୍ୟ ସରକାର !

ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା । ଆଉ ଏହି ଜିଲ୍ଲାରେ ବୋହୁଛି ମଦର ବନ୍ୟା ! ନବୀନ ସରକାର ଘରେ ଘରେ ମଦ ବିକୁଛନ୍ତି । ଦିକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି ବେଆଇନ ମଦ କାରବାର । ରାଜ୍ୟ ସରକାରଙ୍କ ଛତ୍ରଛାୟା ତଳେ ଚାଲିଛି ଚୋରା ମଦ କାରବାର । ଏହି ବିଷାକ୍ତ ମଦ ପିଇ ମୃତ୍ୟୁ କୋଳରେ ସୋଉଛନ୍ତି ସାଧାରଣ ଗରିବ ଲୋକେ । ରାଜ୍ୟରେ ଗତ କିଛି ଦିନ ହେବ ମଦ ବ୍ୟବସାୟୀଙ୍କ ଘରେ ଚାଲିଛି ଆଇଟି ବିଭାଗର ରେଡ଼ । ଆଉ ମଦ ମାଫିଆଙ୍କ ଘରୁ ମିଳୁଛୁ ପୁଳା ପୁଳା ଟଙ୍କା । ଯାହାକୁ ଗଣିଗଣି ଥକି ପଡ଼ିଛନ୍ତି ସରକାରୀ କମଚାରୀ ।
ଏବେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲାରେ ବୃଦ୍ଧି ପାଉଛି ବେଆଇନ ମଦ କାରବାର । ମଦ ମାଫିଆ ମାଲେ ମାଲ ହୋଉଥିବା ବେଳେ ଗରିବ ପରିବାର ବେହାଲ । କେନ୍ଦ୍ରାପଡ଼ା ସହରର ୨୧ନମ୍ବର ୱାର୍ଡର ଭ୍ରମରଦିଆ ପାଟଣାରେ ବିଷାକ୍ତ ମଦ ପିଇ କାଳିଆ ଦାସ ତିନିମାସ ତଳେ ମୃତ୍ୟୁ ବରଣ କରିଥିବା କରିଛନ୍ତି । ଏହି ବେଆଇନ ମଦ ରୋକିବାରେ କେବେ ସଫଳ ହେବେ ଏହି ସରକାରୀ କର୍ମଚାରୀ ମାନେ ।
📱 Get Argus News App
✨ଏବେ ପୁଣି ସେହି ସାହିର ଅଶୋକ ଦାସ ମଧ୍ୟ ଏକ ମାସ ତଳେ ବିଷାକ୍ତ ମଦ ପିଇ ଆରପାରିକୁ ଚାଲି ଯାଇଛନ୍ତି । ତେବେ ଏହି ଦୁଇ ପରିବାର ବିଧବା ପତ୍ନୀ ଓ ବୃଦ୍ଧା ମା' ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ନିଜ ପରିବାର ପୋଷିବା ପାଇଁ ଭିକ୍ଷାବୃତ୍ତି ଆପଣେଇ ଥିବା କହିଛନ୍ତି ମୃତ କାଳିଆଙ୍କ ପତ୍ନୀ ତୁଳସୀ ଦାସ ।