Videos
|
Odisha

ଦେଶୀ ମଦ ଜବତ କଲା ଅବକାରୀ ବିଭାଗ, ଦୁଇ ଗିରଫ

Banajyotshna Ray
Browse all articles by Banajyotshna Ray
·2 years ago
ଦେଶୀ ମଦ ଜବତ କଲା ଅବକାରୀ ବିଭାଗ, ଦୁଇ ଗିରଫ

ଅର୍ଗସ ବ୍ୟୁରୋ:  ବିପୁଳ ପରିମାଣର ଦେଶୀ ମଦ ଜବତ କଲା ଅବକାରୀ ବିଭାଗ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଚାଲିଥିବା ଚୋରା ମଦ କାରବାର ଉପରେ ରେଡ୍ କରିଛି ଅବକାରୀ ବିଭାଗ। ଜଂକିଆ ଥାନା ଅଂଚଳର ବିଭିନ୍ନ ଯାଗାରେ ଚୋରାରେ ଦେଶୀ ବିଦେଶୀ ମଦ କାରବାର ବେଧଡକ ଭାବରେ ଚାଲିଛି।ଚୋରା ମଦ କାରବାରକୁ ରୋକିବା ପାଇଁ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜଂକିଆ ଥାନା ଅନ୍ତର୍ଗତ ଗୋଳବାଇ ଓ ଜଂକିଆ ରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ କରିବା ସହିତ ୨ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଦୁଇ ବେପାରୀ ହେଲେ ଜଂକିଆ ର ମନୋରଞ୍ଜନ ଲେଙ୍କା ଓ ଗୋଳବାଇର ବାବୁଲି ବେହେରା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Liquor was seized and, two were arrested | Argus News