Videos
|
Odisha

ବିଦ୍ୟୁତ ତାର ଲାଗି ଗଲା ୩ ନିରୀହ ହାତୀଙ୍କ ଜୀବନ 

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବିଦ୍ୟୁତ ତାର ଲାଗି ଗଲା ୩ ନିରୀହ ହାତୀଙ୍କ ଜୀବନ 

Key Points

  • ଶିକାରୀଙ୍କ ଚକ୍ରବ୍ୟୁହରେ ଫସିଲା ହାତୀ 
  • ବିଦ୍ୟୁତ ତାର ଲାଗି ଗଲା 3 ନିରୀହ ହାତୀ ଙ୍କ ଜୀବନ 
  • ବନ ବିଭାଗ ର ଅବହେଳା ବୋଲି ମାନିଲେ ପିସିସିଏଫ 
  • 24 ଘଣ୍ଟାରେ ରିପୋର୍ଟ ଦେବାକୁ ନିର୍ଦେଶ
  • ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ 

ଅର୍ଗସ ବ୍ୟୁରୋ : ସମ୍ବଲପୁର ରେଢ଼ାଖୋଲ ର ନାକଟିଦେଉଳ ରେଞ୍ଜ । ବୁରମାଳ ଜଙ୍ଗଲ ରେ ବାରହା ଶିକାର ପାଇଁ ଷଡଯନ୍ତ୍ର ରଚିଥିଲା ଶିକାରୀ । ବିଛା ଯାଇଥିଲା ବିଦ୍ୟୁତ ତାର..ହେଲେ ବାରହା ତ ଆସିଲା ନାହିଁ ତାର ରେ ଛନ୍ଦି ହୋଇ ଗଲା 3 ହାତୀ ଙ୍କ ଜୀବନ । ଦୁଇ ମାଇ ହାତୀ ଓ ଗୋଟିଏ ହାତୀ ଛୁଆ ଜଙ୍ଗଲ ରେ ପଡ଼ିଥିବା ଦେଖି ଆଜି ସକାଳୁ ଘଟଣା ସ୍ଥଳ ରେ ପହଁଞ୍ଚି ଥିଲା ବନ ବିଭାଗ ଆଉ ଆରମ୍ଭ କରିଥିଲା ହାତୀ ମୃତ୍ୟୁ ର ତଦନ୍ତ । 
ସେପଟେ ଲଗାତାର ରାଜ୍ୟରେ ହାତୀଙ୍କ ମୃତ୍ୟୁକୁ ନେଇ ବନ ବିଭାଗ ର କାର୍ଯ୍ୟ ଦକ୍ଷତା ଉପରେ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ ।  ହାତୀ ଗଣନା ଚାଲୁଥିବା ସମୟରେ ହାତୀଙ୍କ ଉପରେ ନଜର ରଖିବାକୁ ବନ କର୍ମଚାରୀ ଙ୍କୁ କଡା ନିର୍ଦେଶ ହୋଇଥିଲା । ଦାୟିତ୍ବ ରେ ଥିବା ବନ କର୍ମଚାରୀ କଣ କରୁଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ବନ କର୍ମଚାରୀଙ୍କ ଅବହେଳା କୁ ସ୍ବୀକାର କରିବା ସହ ଶିକାରୀ ଓ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ବନ୍ୟପ୍ରାଣୀ ପି ସି ସି ଏଫ । 
ସେପଟେ ହାତୀ ମୃତ୍ୟୁ କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉପମୁଖ୍ୟ ମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେ ଭି ସିଂ ଦେଓ ମଧ୍ୟ ବିଦ୍ୟୁତ ତାର ବିଛାଇବାରେ ଅଧିକାରୀ ଙ୍କ ଅବହେଳା ଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି । 
ଗତ 7 ବର୍ଷ ର ରିପୋର୍ଟ କହୁଛି କେବଳ ବିଦ୍ୟୁତ ଆଘାତ ରେ 123 ହାତୀ ଙ୍କ ଜୀବନ ଯାଇଛି । ଏହା ଭିତରୁ ଉଦ୍ଦେଶ୍ୟ ମୂଳକ ଭାବେ ବିଦ୍ୟୁତ ତାର ବିଚାଇବା ଯୋଗୁଁ ମରିଛନ୍ତି 91 ହାତୀ.. ଗତ କିଛି ମାସ ଭିତରେ 50 ରୁ ଅଧିକ ହାତୀ ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିବା ବନ ବିଭାଗର ଅସହାୟତା କୁ ପଦାରେ ପକାଇଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Lives of 3 innocent elephants were killed by electric wires | Argus News