Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହୋଟେଲ ଖାଦ୍ୟରେ ଝିଟିପିଟି, ମେଡିକାଲରେ 3 ଭର୍ତ୍ତି 

Odisha

ହୋଟେଲ ଖାଦ୍ୟରେ ଝିଟିପିଟି, ମେଡିକାଲରେ 3 ଭର୍ତ୍ତି 

Manini Pattanayak
Browse all articles by Manini Pattanayak
·2 years ago·1 min read
ହୋଟେଲ ଖାଦ୍ୟରେ ଝିଟିପିଟି, ମେଡିକାଲରେ 3 ଭର୍ତ୍ତି 

କେନ୍ଦୁଝର:  ଦିନକୁ ଦିନ ହୋଟେଲ ଖାଦ୍ୟ ବ୍ୟବହାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ହୋଟେଲ ଖାଦ୍ୟରେ ଅପମିଶ୍ରଣ ନେଇ ଅଭିଯୋଗ ମଧ୍ୟ ବହୁବାର ହେଉଛି। ଏଭଳି ହୋଟେଲ ଖାଦ୍ୟରେ ଝିଟିପିଟି ଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ କେନ୍ଦୁଝର ସହର କୋର୍ଟ ନିକଟସ୍ଥ କାଞ୍ଚନ ହୋଟେଲ ରେ। ଏହି ଝିଟିପିଟି ଖାଦ୍ୟ ଖାଇ ତିନି ଜଣ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଯେ କେନ୍ଦୁଝର ସହର ନିକଟସ୍ଥ ଜଗନ୍ନାଥପୁର ଠାରେ ରାଙ୍କି ଗ୍ରାମର ଦଶରୁ ଉର୍ଦ୍ଧ ଲୋକ କୀର୍ତ୍ତନ କରୁଥିଲେ ।

ଭୋକ ହେବାରୁ ସ୍ଥାନୀୟ କାଞ୍ଚନ ହୋଟେଲରୁ ପାର୍ଶଲ୍ ନେଇଥିଲେ। କିନ୍ତୁ ଏହି ପାର୍ଶଲ ଖୋଲିବାରୁ ଜଣଙ୍କର ତରକାରିରୁ ଝିଟିପିଟି ପଡିଥିବାର ଦେଖିଥିଲେ। ଏହାକୁ କିଛି ଲୋକେ ଖାଇ ଦେଇଥିବାରୁ ପେଟ କାଟୁଥିବା କହିଥିଲେ। ଦଶ ଜଣଙ୍କ ମଧ୍ୟରେ ତିନି ଜଣ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ଡାକ୍ତର ପରୀକ୍ଷା କରି ମେଡିସିନ ଦେଇଥିବା ବେଳେ  ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ପ୍ରକାଶ କରିଛନ୍ତି। ଘଟଣା ପ୍ରଗଠ ହେବା ପରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Lizard fall in hotel food, 3 people admit in hospital | Argus News