Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବରଗଡ଼ରେ ଫାଇନାନ୍ସ କମ୍ପାନୀର ମହାଠକେଇ

Odisha

ବରଗଡ଼ରେ ଫାଇନାନ୍ସ କମ୍ପାନୀର ମହାଠକେଇ

Manini Pattanayak
Browse all articles by Manini Pattanayak
·2 years ago·2 min read
ବରଗଡ଼ରେ ଫାଇନାନ୍ସ କମ୍ପାନୀର ମହାଠକେଇ

ବରଗଡ଼: ସାଧାରଣ ଗରିବ ଲୋକଙ୍କଠାରୁ ଛଳନା ପୂର୍ବକ ଦସ୍ତଖତ ଓ ଫିଙ୍ଗରପ୍ରିଣ୍ଟ ନେଇ ତାଙ୍କ ନାଁରେ ଉଠାଯାଇଛି ଲକ୍ଷ ଲକ୍ଷ ଟଙ୍କାର ଲୋନ। ଖୋଦ କମ୍ପାନୀ କର୍ମଚାରୀ ମଧ୍ୟ ଠକେଇ ହୋଇଥିବା ମାନୁଛନ୍ତି। ଏବେ ନଜର ପକାନ୍ତୁ ଏମାନଙ୍କ ଉପରେ। ଇଏ ହେଉଛନ୍ତି ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅର୍ଜୁଣ୍ଡା ଗାଁର ମହିଳା। ଏମାନେ ଭାରତ ଫାଇନାନ୍ସ ନାମକ ସଂସ୍ଥାରୁ ଲୋନ କରିନାହାଁନ୍ତି, ତଥାପି କାହା ନାଁରେ ଲକ୍ଷେ ତ ଆଉ କାହା ନାଁରେ ଉଠିଛି 60-70 ହଜାର ଟଙ୍କାର ଋଣ । ଏହିପରି ଲୁଟ୍ ହୋଇଛି ମୋଟ୍ 2କୋଟି 49 ଲକ୍ଷ 37 ହଜାରରୁ ଅଧିକ ଟଙ୍କା । ଇଏ ତ କେବଳ ଭାତ ହାଣ୍ଡିରୁ ଗୋଟିଏ ଭାତ। ଭେଡେନ ବ୍ଲକର ରେମଣ୍ଡା, ଧରେଇଟିକ୍ରା, ବାଘପାଲି ଆଦି ଅନେକ ଗାଁରେ ମହିଳାଙ୍କ ନାଁରେ ତାଙ୍କ ଅଜାଣତରେ କରାଯାଇଛି ଅନେକ ଋଣ। ଯାହାଫଳରେ ଅନ୍ୟ କୌଣସି ସଂସ୍ଥାରୁ ଋଣ ପାଇବାକୁ ଏବେ ଏମାନେ ଅଯୋଗ୍ୟ। ବରଗଡ଼ର ଭେଡେନ ଠାରେ ଥିବା ଏହି ଭାରତ ଫାଇନାନ୍ସ ନାମକ ସଂସ୍ଥା ନକଲି ଲୋନ୍ ଆକାଉଣ୍ଟ ପ୍ରସ୍ତୁତ କରି ପଖାପାଖି ଅଢେଇ କୋଟି ଟଙ୍କା ଉଠାଇଛି।

ଏବେ ନଜର ପକାନ୍ତୁ ମୁଖ୍ୟ କାରପଟଦାର ଉପରେ । ଭେଡେନ ବ୍ଲକ ରେମଣ୍ଡା ଗାଁର ଗଣେଶ ସାଥୁଆ ନାମକ ବ୍ୟକ୍ତି ନେଇଥିଲା ଏମାନଙ୍କ ଦସ୍ତଖତ ଓ ଫିଙ୍ଗରପ୍ରିଣ୍ଟ। ସରକାର ଲୋନ ଦେଉଛନ୍ତି ଆଉ ଏଥିପାଇଁ ଫିଙ୍ଗରପ୍ରିଣ୍ଟର ଆବଶ୍ୟକ ଥିବା କହି ବାର ବାର୍ ଏମାନଙ୍କ ଘରକୁ ଆସିଥିଲା ଗଣେଶ । ମହିଳାମାନେ ମନା କରିବାରୁ ଆଉ କେବେ ଲୋନ ମିଳିବ ନାହିଁ ବୋଲି କହି ସାଧାରଣ ଗରିବ ମହିଳାଙ୍କ ମନରେ ଭୟ ଜନ୍ମାଇଥିଲା ଠକ ଗଣେଶ। ଆଉ ଶେଷରେ ଗଣେଷର ଜାଲରେ ପଡି ଫିଙ୍ଗରପ୍ରିଣ୍ଟ ଦେଇଥିଲେ ଏହି ମହିଳା। ସବୁଠାରୁ ବଡ଼ କଥା ଠକାମି କରି ଟଙ୍କା ଲୁଟ୍ କଥା ନିଜେ ସ୍ବୀକାର କରୁଛି ଠକ ଗଣେଶ। ଏହାସହ ରେମଣ୍ଡା ଗାଁର ସୁରଜ ପ୍ରଧାନ, ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ଗାଁର କମଲ କୁମାର ବାଦୀ ଓ ସୁଶାନ୍ତ ମହାକୁଡ ମୁଖ୍ୟ ଲୁଟେରା ବୋଲି କହିଛି ଗଣେଶ ସାଥୁଆ। ଏପଟେ ପୋଲିସର ଭୂମିକା ନେଇ ମଧ୍ୟ ବଢ଼ୁଛି ସନ୍ଦେହ। ଠକାମିର ଶିକାର ହୋଇଥିବା ମହିଳାଙ୍କ ଏତଲା ସତ୍ବେ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ତାକୁ ନେଇ ଉଠୁଛି ପ୍ରଶ୍ନ।   ଋଣ ନାଁରେ ଏଭଳି ଠକେଇ କେବଳ ଭେଡେନ ବ୍ଲକରେ ସୀମିତ ନାହିଁ। ବରପାଲ ବ୍ଲକ ଏବଂ ସୋନପୁର ଜିଲ୍ଲାର କିଛି ବ୍ଲକରୁ ମଧ୍ୟ ଆସୁଛି ଏଭଳି ଅଭିଯୋଗ । ତେବେ କେବେ ପୋଲିସ ସକ୍ରିୟ ହୋଇ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବ ଏବଂ କେବେ ପ୍ରକୃତ ଦୋଷୀ ଆଇନର କାଠଗଡ଼ାକୁ ଟଣା ହେବେ ତାକୁ ହିଁ ଅପେକ୍ଷା । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Loans of lakhs of rupees have been raised in his name by taking fake signatures and fingerprints from ordinary poor people. | Argus News