Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ହତ୍ୟା ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାରୋକ 

Odisha

 ହତ୍ୟା ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାରୋକ 

Manini Pattanayak
Browse all articles by Manini Pattanayak
·2 years ago·1 min read
 ହତ୍ୟା ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାରୋକ 

ମୟୂରଭଞ୍ଜ:  ବାରିପଦା ସହର ଆଶିର୍ବାଦ ଛକ ନିକଟରେ ରାସ୍ତା ରୋକ । ହତ୍ୟା ଅଭିଯୁକ୍ତ ଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ। ସୂଚନା ମୁତାବକ ମୋନାଲି ବୁଲିବାକୁ ଯାଇଥିବା ବେଳେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତ ଯୁବକ ଜଣଙ୍କ ହେଲେ ବାରିପଦା ସହର ବାଗଡିହା ଆଞ୍ଚଳର ଚନ୍ଦନ ମହାନ୍ତ ।

ଗତ ୨୨ ତାରିଖ ୪ ଜଣ ସାଙ୍ଗମାନଙ୍କ ସହ ମନାଲି ଭ୍ରମଣରେ ଯାଇଥିଲେ। ତେବେ ୨୫ ତାରିଖ ତାଙ୍କର ମୃତ୍ୟୁ ହୋଇଛି। ଯୁବକଙ୍କ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିବା ସହ ବାରିପଦା ଟାଉନଥାନାରେ ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ ପରିବାର ଲୋକେ। ପୋଲିସ ଅଭିଯୋଗ ଗ୍ରହଣ ନକରିବାରୁ ଆଜି ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଲୋକେ । ହତ୍ୟାକାଣ୍ଡରେ ସମ୍ପୃକ୍ତ ସାଙ୍ଗଙ୍କୁ ଗିରଫ ଦାବି କରି ରାସ୍ତାରୋକ ସ୍ଥାନୀୟ ଲୋକମାନେ । ଘଟଣା ସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Roadblock near Ashirbad Street in Baripada. | Argus News