ଅର୍ପଣ ଚାଉଳକୁ ସ୍ଥାନାନ୍ତର ଉଦ୍ୟମ, ଧରିଲେ ସ୍ଥାନୀୟ ବାସିନ୍ଦା

ପୁରୀ: ଅର୍ପଣ ଚାଉଳକୁ ସ୍ଥନାନ୍ତର ଉଦ୍ୟମ । ଧରିଲେ ସ୍ଥାନୀୟ ବାସିନ୍ଦା । ଲାଇଟ୍, ଶଙ୍ଖ, ବେଶ ପ୍ରଦର୍ଶନୀ ପରେ ଏବେ ଅର୍ପଣ ଚାଉଳକୁ ନେଇ ମଧ୍ୟ ଦେଖାଦେଇଛି ବିବାଦ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମୟରେ ଲୋକଙ୍କୁ ଗାଡ଼ି ବୁଲାଇ ଅର୍ପଣ ନାଁରେ ଚାଉଳ ମଗାଯାଇଥିଲା । ସେତେବେଳେ ବାରମିଶା ଚାଉଳକୁ ଶ୍ରୀମନ୍ଦିରରେ ପ୍ରସାଦ ଯୋଗ୍ୟ କି ନୁହେଁ ଏନେଇ ଦେଖାଦେଇଥିଲା ବିବାଦ ।
ଏବେ ଜନମତ ପରିବର୍ତ୍ତନ ପରେ ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସିଥିବାବେଳେ ଆଜି ଅର୍ପଣ ଚାଉଳ ଗାଡ଼ିରେ ଚାଲାଣ ହେଉଥିବାବେଳେ ଧରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାକୁ ବିକ୍ରି ଉଦେଶ୍ୟରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଅଭିଯୋଗ ହେଉଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସାରା ରାଜ୍ୟରୁ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁ ଅର୍ପଣ କରିଥିବା ନଡିଆ, ଚାଉଳ, ଗୁଆ ସଂଗୃହିତ ହୋଇଥିଲା । ତେବେ ଏହା କଣ ହେବ ଏନେଇ ନାନା ପ୍ରଶ୍ନ ଉଠିବା ପରେ ଶେଷରେ ଅର୍ପଣ ଚାଉଳରୁ ଖେଚୁଡି ପ୍ରସ୍ତୁତ ହୋଇ ଭକ୍ତଙ୍କୁ ବଣ୍ଟା ଯାଇଥିଲା ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...