ଚନ୍ଦ୍ରପୁର ବ୍ଲକ ଅଫିସରେ ତାଲା
·1 year ago

ଅର୍ଗସ ବ୍ୟୁରୋ: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଜମିଜମା ଘଟଣାକୁ ନେଇ ଚନ୍ଦ୍ରପୁର ବ୍ଲକ ଅଫିସରେ ତାଲା ପଡ଼ିଛି। ତାଲା ପଡିଥିବା ଯୋଗୁଁ ସରକାରୀ ଜନ ଅଭିଯୋଗ ଶୁଣାଣି ବାତିଲ ହେବାସହ ବ୍ଲକ କାର୍ଯ୍ୟ ବନ୍ଦ ରହିଛି। ବ୍ଲକ କାର୍ଯ୍ୟାଳୟ ଅଫିସ ଭିତରକୁ ଯାଇ ପାରୁ ନାହାନ୍ତି ବିଡିଓ ଏବଂ ବ୍ଲକ କର୍ମଚାରୀ ।
ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ସରକାରୀ କ୍ଲଷ୍ଟର ହାଉସ ଜମିକୁ ନିଜ ହକ୍ ଜମି ବୋଲି ସରକାରୀ ପଟ୍ଟା ସହ 2005 ମସିହାରୁ ଦାବିକରି ଆସୁଛନ୍ତି ସ୍ଥାନୀୟ କୁମଦିନି ଦୋରା। ଆଜି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ସମସ୍ତ ପରିବାର । ପ୍ରଶାସନ କ୍ଷତିପୂରଣ ଦେବାସହ ସମସ୍ୟାର ସମାଧାନ ନ କରିବା ପର୍ଯ୍ୟନ୍ତ ଅହରହ ଧାରଣା ଦେବାପାଇଁ କୁମଦିନି ଦୋରାଙ୍କ ପରିବାର ପକ୍ଷରୁ ଚେତାବନୀ ଦିଆଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: