Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝରୀଗାଁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ସ୍ଥାନୀୟ ଠିକାଦାର 

Manini Pattanayak
Browse all articles by Manini Pattanayak
·2 years ago
ଝରୀଗାଁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ସ୍ଥାନୀୟ ଠିକାଦାର 

ନବରଙ୍ଗପୁର:  ଝରୀଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ତାଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନରେଗା ଯୋଜନାର ବିଲ କରିବାକୁ ନେଇ ଲାଞ୍ଚ ମାଗୁଥିବା ଅଭିଯୋଗ ଆଣି ତାଲା ଠୁଙ୍କିଲେ ସ୍ଥାନୀୟ ଠିକାଦାର ସଂଘ। ସୂଚନାନୁଯାୟୀ ଦୀର୍ଘ ବର୍ଷ ହେବ 5t ସ୍କୁଲ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟର ମେଟେରିଆଲ ଟଙ୍କା ଏପର୍ଯ୍ୟନ୍ତ  ବିଲ ହୋଇନଥିବା ସ୍ଥଳେ ବର୍ତ୍ତମାନ ଯାହା ସୂଚନା ରହିଛି ମନରେଗା ଯୋଜନାର ମେଟେରିଆଲ ବାବଦକୁ ପଞ୍ଚାୟତ ସମିତିକୁ ଆସିଛି ଟଙ୍କା।

 କିନ୍ତୁ ଠିକାଦାର ଙ୍କ ଅଭିଯୋଗ ପ୍ରକାରେ ଗୋଷ୍ଠୀଉନ୍ନୟନ ଅଧିକାରୀ ଉକ୍ତ ଟଙ୍କା ବିଲ କରିବା ଲାଗି ପିସି ମାଗୁଥିବା କହିଛନ୍ତି ସଂଘର ସଭାପତି ମଦନ ସାମଲ।  ତେଣୁ ଉକ୍ତ ଟଙ୍କା ବିଲ ନ ହେବା ଯାଏଁ କାର୍ଯ୍ୟାଳୟର ତାଲା ଖୋଲାଯିବ ନାହିଁ ବୋଲି କହିଛନ୍ତି ସଙ୍ଘର ସଭାପତି ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Locked in Jhariga Block Office, | Argus News