Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଜସ୍ୱ ଅଙ୍ଗନବାଡି କେନ୍ଦ୍ରରେ ପଡିଛି ତାଲା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନିଜସ୍ୱ ଅଙ୍ଗନବାଡି କେନ୍ଦ୍ରରେ ପଡିଛି ତାଲା

ଅର୍ଗସ ବ୍ୟୁରୋ: ଉଦଳା ବ୍ଲକ କୁଟଲିଂ ଅଙ୍ଗନବାଡି କେନ୍ଦ୍ର। ଘର ସାମ୍ନାରେ ରହିଛି ଘର ତିଆରି ପଟ୍ଟା । ହେଲେ କୁନିକୁନି ଛାତ୍ରଛାତ୍ରୀ ପଢୁଛନ୍ତି ଅଙ୍ଗନବାଡି କର୍ମୀଙ୍କ ବାରଣ୍ଡାରେ । ସେହିଠାରେ ଚାଲିଛି କୁନି ଶିଶୁଙ୍କ ଭବିଷ୍ୟତ ତିଆରି । ଏହି ଅଙ୍ଗନବାଡିରେ ୨୫ରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି । ତତସହିତ ଗର୍ଭବତୀ ଏବଂ ପ୍ରସୂତି ମହିଳାମାନେ ମଧ୍ୟ ଏହି ଅଙ୍ଗନବାଡି ଉପରେ ନିର୍ଭର କରନ୍ତି । ହେଲେ ଅଙ୍ଗନବାଡିରେ ନିଯୁକ୍ତି ପରେ ଏହି ଗ୍ରାମରେ ଦେଖାଦେଇଛି ବିବାଦ । ଜଣେ ଯୁବତୀଙ୍କୁ ଅଙ୍ଗନବାଡି ହେଲପର ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି କିଛି ସ୍ଥାନୀୟ ବାସିନ୍ଦା । ଯାହାକୁ ବିରୋଧ କରି ଆଜକୁ ଏକ ମାସରୁ ଅଧିକ ଅଙ୍ଗନବାଡିରେ ତାଲା ପକାଇ ଦେଇଛନ୍ତି ଗାଁର କିଛି ଗୋଷ୍ଠୀ ।

ଅଧା ତିଆରି ହୋଇଥିବା ଅଙ୍ଗନବାଡି କର୍ମୀଙ୍କ ଆବାସ ଯୋଜନା ଘରେ ପିଲାଙ୍କ ପାଠ ପଢା ଚାଲିଥିବା ବେଳେ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଖାଦ୍ୟ ଖାଉଛନ୍ତି ଛାତ୍ରଛାତ୍ରୀ । ଏପରି ଅବସ୍ଥାରେ ପିଲାମାନଙ୍କୁ ମିଳିବାକୁ ଥିବା ମୌଳିକ ସୁବିଧା ମଧ୍ୟ ମିଳିପାରୁନାହିଁ । ଯାହାକୁ ନେଇ ଅସନ୍ତୋଷ ବାଢିଛନ୍ତି ଅଙ୍ଗନବାଡି କର୍ମୀ । ତୁରନ୍ତ ଏହାର ସମାଧାନ କରି ଅଙ୍ଗନବାଡି ଖୋଲିବାକୁ ଦାବି କରିଛନ୍ତି ଗ୍ରାମବାସୀ । ସବୁପରେ କୁନି କୁନି ଶିଶୁଙ୍କ ଅଧିକାର ଛଡାଇ ନେବାକୁ ଏହି ଗ୍ରାମବାସୀଙ୍କୁ ଅଧିକାର ଦେଲା କିଏ ? ସବୁ ଜାଣି ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ କିଛି ପଦକ୍ଷେପ ନ ନେବା ନିଶ୍ଚିତ ଚିନ୍ତାଜନକ । 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Locked in the center of the own anganwadi centre | Argus News