Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨ ନେତାଙ୍କ କଳିରେ ଫସିଛି ଲୋଇସିଂହା ରାଜନୀତି

Odisha

୨ ନେତାଙ୍କ କଳିରେ ଫସିଛି ଲୋଇସିଂହା ରାଜନୀତି

Jitendra Dash
Browse all articles by Jitendra Dash
·2 years ago·1 min read
୨ ନେତାଙ୍କ କଳିରେ ଫସିଛି ଲୋଇସିଂହା ରାଜନୀତି

ଅର୍ଗସ ବ୍ୟୁରୋ : ଲୋଇସିଂହାରେ ବଢୁଛି ବିଜେଡି ଗୋଷ୍ଠୀ କନ୍ଦଳ । ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାରଙ୍କ କାର୍ଯ୍ୟକଳାପକୁ ନେଇ ବଢୁଛି ଅସନ୍ତୋଷ । ବ୍ଲକ ଅଧ୍ୟକ୍ଷ ପଦବୀରେ ବସିଥିବା ଅନ୍ୟ ଦଳର ନେତାଙ୍କୁ ଗୁରୁତ୍ଵ ଦେଉଥିବା ବେଳେ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଛନ୍ତି ନିହାର । ଯାହା ଫଳରେ ନିହାର ବେହେରାଙ୍କ ନେତୃତ୍ବକୁ ତୀବ୍ର ବିରୋଧ କରିଛି ସ୍ୱାଭିମାନ ମଞ୍ଚ ତଥା କଳିକେଶ ସମର୍ଥକ ।  

ଦଳ ବିରୋଧୀ ତଥା ଅନ୍ତର୍ଘାତୀ ନିହାର ବିରୋଧରେ ବର୍ଷିଛନ୍ତି କଳିକେଶ ସମର୍ଥକ । ଗତ ୨୦୨୯ ନିର୍ବାଚନରେ ନିହାର ବେହେରା ଟିକେଟ ନ ପାଇବାରୁ ଦଳୀୟ ବିଧାୟକ ଓ ସାଂସଦଙ୍କ ବିରୋଧରେ କାର୍ଯ୍ୟ କରିଥିଲେ । ଏପରିକି ଗତ ପଞ୍ଚାୟତ ନିର୍ବାଚନରେ ଦଳୀୟ ନେତାଙ୍କୁ ଅଣଦେଖା କରି ତିନୋଟି ଯାକ ବ୍ଲକରେ ଅନ୍ୟ ଦଳର ନେତାଙ୍କୁ ଆଣି ବ୍ଲକ ଅଧ୍ୟକ୍ଷ ପଦବୀରେ ବସାଯାଇଛି I 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିପାଇଁ ସମ୍ପୂର୍ଣ୍ଣ ନିହାର ବେହେରା ଦାୟୀ ବୋଲି କହିଛନ୍ତି କଳିକେଶ ସମର୍ଥକ । ଗତ ୨୦୨୯ରେ ନିହାର ଟିକେଟ ନ ପାଇବାରୁ ଦଳୀୟ ବିଧାୟକ ଓ ସାଂସଦଙ୍କୁ ବିରୋଧ କରିଥିଲେ । ସେଦିନରୁ ଆଜିଯାଏ ନିହାର ଓ କଳିକେଶ ସମର୍ଥକ ମଧ୍ୟରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି ।
 

Sponsored
Loisingha politics is caught in the clutches of 2 leaders | Argus News