Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସଂସଦ ଆକ୍ରମଣ ବାର୍ଷିକୀରେ ଧୂଆଁମୟ ସଂସଦ

Odisha

ସଂସଦ ଆକ୍ରମଣ ବାର୍ଷିକୀରେ ଧୂଆଁମୟ ସଂସଦ

Jitendra Dash
Browse all articles by Jitendra Dash
·2 years ago·2 min read
ସଂସଦ ଆକ୍ରମଣ ବାର୍ଷିକୀରେ ଧୂଆଁମୟ ସଂସଦ

ଅର୍ଗସ ବ୍ୟୁରୋ : ସଂସଦ ଆକ୍ରମଣ ବାର୍ଷିକୀରେ ଧୂଆଁମୟ ସଂସଦ । କିଛି ସମୟ ପାଇଁ ସାଂସଦଙ୍କ ମଧ୍ୟରେ ଖେଳିଯାଇଥିଲା ଭୟର ବାତାବରଣ । ୨୨ ବର୍ଷ ପୂର୍ବର ଭୟଙ୍କର ସ୍ମୃତି ମନରୁ ଲିଭି ନଥିବାବେଳେ ନୂଆ ସଂସଦ ଭବନରେ ଆଜିର ଦିନରେ ଏମିତି ଘଟଣା ଘଟିବ କେହି ଭାବି ନଥିଲେ । ସବୁ ସାଂସଦ ଚମକି ପଡ଼ିଥିଲେ । ଦେଖିବାକୁ ମିଳିଥିଲା ଜଣେ ଯୁବକ ଗୋଟିଏ ବେଞ୍ଚରୁ ଆଉ ଗୋଟିଏ ବେଞ୍ଚକୁ ଡେଇଁ ଡେଇଁ ଚାଲିଛି । ଲୋକସଭାରେ ଗୃହକାର୍ଯ୍ୟ ଜାରି ରହିଥିବା ବେଳେ ଲୋକସଭା ଦର୍ଶକ ଗ୍ୟାଲେରୀରୁ ଡେଇଁ ଦୁଇ ଅଜ୍ଞାତ ଯୁବକ ଗୃହ ଭିତରେ ଗ୍ୟାସ୍ ସ୍ପ୍ରେ କରିଥିଲେ । 

ଆତଙ୍କବାଦୀ ନିରୋଧୀ ସେଲ୍ ଗିରଫ ଯୁବକଙ୍କୁ ପଚରାଉଚରା କରି ଏହି ସବୁ ପ୍ରଶ୍ନର ଉତ୍ତର ଖୋଜୁଛି । ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ୟୁନିଟ୍‌ ସଂସଦରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେମାନଙ୍କୁ ସଂସଦ ଭିତରକୁ ଯିବା ପାଇଁ ପାସ୍‌ ମିଳିଥିବା ଜଣାପଡିଛି । ଲୋକସଭାରେ ଡେଇଁଥିବା ଜଣେ ବ୍ୟକ୍ତି ନୀଲମ ସିଂ ଅନ୍ୟଜଣକ ଅମୋଲ ସିନ୍ଦେ । ହରିୟାଣ ହିସାରର ନୀଲମ ସିଂ, ବୟସ ୪୨ ବର୍ଷ । ମହାରାଷ୍ଟ୍ର ଲାଟୁରର ଅମୋଲ ସିନ୍ଦେଙ୍କ ବୟସ ୨୫ ବର୍ଷ । ସେପଟେ ଏହା କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ । ଦୀର୍ଘ ଦିନର ଦାବି ପୂରଣ ହୋଇନଥିବାରୁ ଯୁବକ ପ୍ରତିବାଦ କରିଥିଲେ ବୋଲି କହିଛି ଦିଲ୍ଲୀ ପୋଲିସ । 

ଅଧିକ ପଢନ୍ତୁ : ଲୋକସଭାରେ ଦୁଇ ଅଜ୍ଞାତ ଯୁବକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୦୧ ମସିହା ଡିସେମ୍ବର ୧୩ ତାରିଖ ଆଜିର ଦିନରେ ଦେଶର ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ସଂସଦ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଏକ ଧଳା ଆମ୍ବାସ୍ୟାଡାର କାରରେ ୫ ଜଣ ଆତଙ୍କବାଦୀ ସଂସଦରେ ପ୍ରବେଶ କରିଥିଲେ । ୪୫ ମିନିଟ ଧରି ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିରରେ ଗୁଳି ଫୁଟାଇ ଦେଶକୁ ଚକିତ କରି ଦେଇଥିଲେ । ପାଲଟା ଜବାବରେ ସମସ୍ତ ୫ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ । ଆତଙ୍କୀ ଆକ୍ରମଣରେ ୨ ଜଣ ସଂସଦ ସୁରକ୍ଷାକର୍ମୀ, ୬ ଜଣ ଯବାନ ଓ ଜଣେ ଡ୍ରାଇଭରଙ୍କ ପ୍ରାଣହାନୀ ଘଟିଥିଲା ।

ସହିଦ ବୀର ଯବାନଙ୍କୁ ସଂସଦ ଭବନ ପରିସରରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଲୋକସଭା ବାଚସ୍ପଚି ଓମ ବିର୍ଲା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କଳା ଦିନକୁ ମନେ ପକାଇବା ସହ X ପୋଷ୍ଟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୦୧ ମସିହା ଆଜିର ଦିନରେ ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ  ହୋଇଥିବାରୁ ଏପରି ଆକସ୍ମିକ ଘଟଣାକୁ ନେଇ ଆତଙ୍କିତ ହୋଇପଡ଼ିଥିଲେ ସାଂସଦ । 

Sponsored
Lok Sabha security breach on Parliament attack anniversary | Argus News