Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜୁନ୍ ୨୪ରୁ ଜୁଲାଇ ୩ ପ୍ରଥମ ଅଧିବେଶନ

Odisha

ଜୁନ୍ ୨୪ରୁ ଜୁଲାଇ ୩ ପ୍ରଥମ ଅଧିବେଶନ

Smruti Parija
Browse all articles by Smruti Parija
·1 year ago·1 min read
ଜୁନ୍ ୨୪ରୁ ଜୁଲାଇ ୩ ପ୍ରଥମ ଅଧିବେଶନ

ଅର୍ଗସ ବ୍ୟୁରୋ: ୧୮ ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ ତାରିଖରୁ ଆରମ୍ଭ ହେବ । ଅଧିବେଶନ ଜୁଲାଇ ୩ ତାରିଖରେ ଶେଷ ହେବ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ବୁଧବାର କହିଛନ୍ତି । ଏହି  ୯ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ଲୋକସଭା ବାଚସ୍ପତି ନିର୍ବାଚନ ନୂତନ ସାଂସଦମାନଙ୍କ ଶପଥ ଗ୍ରହଣ ହେବ ।

ସେହିପରି  ରାଜ୍ୟସଭାର ୨୬୪ ତମ ଅଧିବେଶନ ଜୁନ ୨୭ ରୁ  ୩ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୨୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରିବେ । ସେ ଆସନ୍ତା ପାଞ୍ଚ ବର୍ଷ ପାଇଁ ନୂତନ ସରକାରଙ୍କ ରୋଡମ୍ୟାପକୁ ବର୍ଣ୍ଣନା କରିବେ ।

ଅଧିବେଶନର ପ୍ରଥମ ତିନି ଦିନ ମଧ୍ୟରେ ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ ଏବଂ ଲୋକସଭାରେ ବାଚସ୍ପତି ଚୟନ ହେବ । ବାଚସ୍ପତି ପଦ ନେଇ ଅନେକ ସାଂସଦ ନା ଚର୍ଚ୍ଚାରେ ରହିଛି । ଟିଡିପି ଏବଂ ଜେଡିୟୁ ମଧ୍ୟ ବାଚସ୍ପତି ପଦ ମାଗିଥିବା ଚର୍ଚ୍ଚା ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
loksabha-First session from June 24 to July 3 | Argus News