Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୀର୍ଘ ବର୍ଷ ବିତିଗଲା, ସର୍ଭେରେ ଅଟକିଛି ସୁରିଆଗଡ଼ା ସୁନା ଖଣି 

Manini Pattanayak
Browse all articles by Manini Pattanayak
·1 year ago·1 min read
ଦୀର୍ଘ ବର୍ଷ ବିତିଗଲା, ସର୍ଭେରେ ଅଟକିଛି ସୁରିଆଗଡ଼ା ସୁନା ଖଣି 

ମୟୂରଭଞ୍ଜ:  ସର୍ଭେରେ ଅଟକିଛି ସୁରିଆଗଡା ସୁନା ଖଣି । ୨୪ ବର୍ଷ ବିଜେଡି ସରକାରରେ ହୋଇପାରିଲାନି ସର୍ଭେ । ଏସିଆ ମହାଦେଶର ସର୍ବପ୍ରଥମ ଲୌହଖଣି ଅଞ୍ଚଳରେ ସୁନା ଖଣି ଥିବା ସତ୍ତ୍ବେ ପୂର୍ବ ସରକାରଙ୍କ ଅପାରଗତା ଯୋଗୁଁ ନା ହୋଇପାରିଲା ଶିଳ୍ପ ପ୍ରତିଷ୍ଠା ନା ହୋଇପାରିଲା ସୁନା ଖଣି ଖନନ । ଅଞ୍ଚଳବାସୀ ଦାରିଦ୍ର୍ୟ ସୀମାରେଖା ତଳେ କାଟୁଛନ୍ତି ଜୀବନ ।   ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଅଞ୍ଚଳରେ ମିଳିଛି ସୁନା ଖଣିର ସନ୍ଧାନ। ସୁଲେଇପାଟ, ବାଦାମପାହାଡ଼, ଗୋରୁମହିଷାଣି, ରୁଆଁସି, ଇଡେଲକୋଚା, ସୁରିଆଗୁଡ଼ା, ମାରେଡିହିରେ ସୁନା ପଥର ରହିଛି । ହେଲେ ଦୀର୍ଘ ବର୍ଷ ବିତିଯାଇଥିଲେ ବି ଏକଥା କେବଳ ସର୍ଭେରେ ଅଟକିଛି । 24 ବର୍ଷ ଶାସନରେ ରହିଲା ବିଜେଡି ସରକାର । ହେଲେ ସୁନା ଖଣି ଖନନ ଲାଗି ପଦକ୍ଷେପ ନିଆଗଲା ନାହିଁ । ଗୋରୁମହିଷାଣି ଲୁହା ଖଣିରେ ପୂର୍ବରୁ ଲୋକେ କାମ କରି ତାଙ୍କର ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ପୂର୍ବ ସରକାର ଶିଳ୍ପ ପ୍ରତିଷ୍ଠା ନକରି ଲେବର୍ ମାଇନ୍ସକୁ ମେସିନ୍ ମାଇନ୍ସରେ କନଭର୍ଟ କରିଦେଲେ । ଫଳରେ ଲୋକେ ନିଜ ଅଞ୍ଚଳରେ କାମ ନପାଇ ବାହାରକୁ ଦାଦନ ଖଟି ଯାଉଛନ୍ତି ।

ବିଧାନସଭାରେ ଏ ପ୍ରସଙ୍ଗ ଉଠାଇଥିଲେ ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ । ବାମନଘାଟି ଉପଖଣ୍ଡରେ ଯଥାଶୀଘ୍ର ଶିଳ୍ପ ପ୍ରତିଷ୍ଠା କରାଗଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ଶିଳ୍ପମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି ।  ସୁନା ଖଣି ଖନନ ହେବା ଦ୍ବାରା କେବଳ ମୟୂରଭଞ୍ଜ ନୁହେଁ ସାରା ଭାରତ ବର୍ଷର ଉନ୍ନତି ହେବ । ବିଜେଡି  ସରକାରର ଆନ୍ତରିକତା ଅଭାବ ଯୋଗୁଁ ଅଟକିଥିବା କାମ ମୋହନ ସରକାରରେ ପୂରଣ ହେବାର ଆଶା ସୃଷ୍ଟି ହୋଇଛି।  

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Long years have passed, Suriyagarh gold mine has stopped in the survey | Argus News